କଟକ କଂଗ୍ରେସର ରକ୍ତଦାନ ଶିବିର

କଟକ କଂଗ୍ରେସର ରକ୍ତଦାନ ଶିବିର

କଟକ କଂଗ୍ରେସର ରକ୍ତଦାନ ଶିବିର

କଟକ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ଓ ଦିବଂଗତ ଯୁବ ନେତା ସଂଗ୍ରାମ ଜେନାଙ୍କ ସ୍ମୁତିରେ କଟକ ଜିଲ୍ଲା କଂଗ୍ରେସ କମିଟି ଓ ସ୍ୱଭିମାନ ଯୁବ ଛାତ୍ର ମଞ୍ଚର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରକ୍ତଦାନ ଭଳି ମହାନ କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେବା ସହ ସାମିଲ ହୋଇଥିବା ଲୋକଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଇଥିଲା । ବହୁ ସଂଖ୍ୟାରେ ରକ୍ତଦାତା ଏଥିରେ ସାମିଲ ହୋଇଥିଲେ ।