ବାଇକରେ ରାହୁଲ ଗାନ୍ଧି

ବାଇକରେ ରାହୁଲ ଗାନ୍ଧି

ବାଇକରେ ରାହୁଲ ଗାନ୍ଧି

ପାନାଜି: ବାଇକରେ ରାହୁଲ ଗାନ୍ଧି । ଏମିତି ଏକ ନିଆରା ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଗୋଆରେ । ବାଇକ ପଛରେ ହେଲମେଟ ଓ ମାସ୍କ ପିନ୍ଧି ରାହୁଲ ଗୋଆ ରାସ୍ତାରେ ଯାତ୍ରା କରୁଥିଲେ । ଦୂରରେ କାରରେ ଯାଉଥିଲେ ତାଙ୍କ ସୁରକ୍ଷା ବାହିନୀ । ରାଜନୀତି ଆରମ୍ଭରୁ ରାହୁଲ ସବୁବେଳେ ଲୋକଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରନ୍ତି। କେବେ ଆଦିବାସୀଙ୍କ ଘରେ ଖାଦ୍ୟ ଖାଇବା ହେଉ ତ କେବେ ସ୍କୁଲ ପିଲାଙ୍କ ସହ ଗପସପ, ରାହୁଲଙ୍କ ଏଭଳି ନିଆରା ଷ୍ଟାଇଲ ତାଙ୍କୁ ଭାରତୀୟ ରାଜନୀତିରେ ସ୍ୱତନ୍ତ୍ର ସ୍ଥାନ ଦେଇଛି । 

  ଗୋଆ ଗସ୍ତରେ ଯାଇ ରାହୁଲ ଶନିବାର ଏକ କାର୍ଯ୍ୟକ୍ରମକୁ ବାଇକରେ ଯାଇଥିଲେ । ଏକ ସାଧାରଣ ବାଇକରେ ରାହୁଲ ଯାତ୍ରା କରୁଥିବାବେଳେ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ହୋଇଥିଲେ । ରାସ୍ତାକଡ଼ରେ ଥିବା ଲୋକେ ବି ଏହା ଦେଖି ଚକିତ ହୋଇଯାଇଥିଲେ । ରାହୁଲଙ୍କ ବାଇକରେ ନେଇଥିବା ବ୍ୟକ୍ତି ବି ଖୁସିରେ ଗଦଗଦ ହୋଇଯାଇଥିଲେ । ଗୋଆ ଗସ୍ତରେ ରାହୁଲ ରାସ୍ତାକଡ଼ ସାଧାରଣ ଢାବାରେ ଖାଇବା ବି ଦେଖାଯାଇଛି । ରାହୁଲଙ୍କ ଏଭଳି ବାଇକ ଯାତ୍ରା ଫଟୋ ସୋସିଆଲ ମିଡିଆରେ ବେଶ୍ ଟ୍ରେଣ୍ଡ ହେବା ସହ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । କଂଗ୍ରେସ ମଧ୍ୟ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛି ।