କଙ୍କାଳର ସ୍କେଚ୍ ଜାରି କଲା କମିଶନରେଟ ପୋଲିସ

କଙ୍କାଳର ସ୍କେଚ୍ ଜାରି କଲା କମିଶନରେଟ ପୋଲିସ

କଙ୍କାଳର ସ୍କେଚ୍ ଜାରି କଲା କମିଶନରେଟ ପୋଲିସ
ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସର କାର୍ ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ତଦନ୍ତ ଚାଲିଛି । କଙ୍କାଳ ଦେଖି ଅଙ୍କା ଯାଇଥିବା ମହିଳାଙ୍କ ପ୍ରଥମ ସ୍କେଚ୍ ହସ୍ତଗତ ହୋଇଛି । ବେଙ୍ଗଲୁରର ବିଶେଷଜ୍ଞଙ୍କ ଦ୍ୱାରା ମହିଳାଙ୍କ ସ୍କେଚ୍ ଅଙ୍କା ଯାଇଛି । ସ୍କେଚକୁ ଦେଖି ମହିଳାଙ୍କ ପରିଚୟ ହାସଲ ଲାଗି ପୋଲିସ ଚେଷ୍ଟା ଜାରି ରଖିଛି । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଗଞ୍ଜେଇ ମାମଲାରେ ଫାଣ୍ଡି ପରିସରରେ ଜବତ ହୋଇ ପଡ଼ି ରହିଥିବା ଏକ କାର ଭିତରୁ ମିଳିଥିଲା ଜଣେ ମହିଳାଙ୍କ କଙ୍କାଳ । ପୁଲିସ ବାବୁମାନେ ଥାନାକୁ ଯିବା ଆସିବା କରୁଥିଲେ । ଅନେକ ଅଭିଯୋଗକାରୀ ବି ଥାନାକୁ ଆସୁଥିଲେ । ଅଥଚ କେହି ଜାଣି ପାରିଲେନି । ଉକ୍ତ କଙ୍କାଳର ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର ଧରିଥିଲା । କଙ୍କାଳଟି ଜଣେ ମହିଳାଙ୍କର ବୋଲି ଜଣାପଡ଼ିବା ପରେ ଘଟଣାଟି ଅଧିକ ରୋଚକ ହୋଇଥିଲା । ଏହି ଘଟଣା ପଦାକୁ ଆସିବା ପରେ ଉକ୍ତ ଫାଣ୍ଡିର ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ ଡିସିପି ଉମାଶଙ୍କର ଦାଶ । ଚୋରାରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨୦୧୯ ନଭେମ୍ବରରେ ଯାଁଳା ଫାଣ୍ଡି ଅଞ୍ଚଳରୁ ଏକ କାର (ଓଡି୦୨ଡି୩୭୩୭) ଜବତ କରିଥିଲା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପୁଲିସ । ଜବତ ହୋଇଥିବା ଗଞ୍ଜେଇ ଓ ଅଭିଯୁକ୍ତଙ୍କୁ ଧରି ନେଇଥିଲା । ଜବତ କାରକୁ ନ ନେଇ ୧୬ ନଂ ଜାତୀୟ ପଥ ପାଶ୍ୱର୍ରେ ଥିବା ଯାଁଳା ଫାଣ୍ଡି ପରିସରରେ ରଖିଦେଇଥିଲା । ଫାଣ୍ଡି ପରିସରରେ ଜବତ ହୋଇ ପଡ଼ି ରହିଥିବା କାର ଭିତରୁ ମିଳିଥିଲା ଜଣେ ମହିଳାଙ୍କ କଙ୍କାଳ ।