କକା ଠେଙ୍ଗା ମାଡ଼ରେ ପୁତୁରା ମୃତ
କକା ଠେଙ୍ଗା ମାଡ଼ରେ ପୁତୁରା ମୃତ
କେନ୍ଦୁଝର : ମଦ ପାଇଁ ଭାଙ୍ଗିଯାଉଛି ଅନେକ ସଂସାର । ସାମାନ୍ୟ ବଚସାରୁ ଘଟିଲା ଜଘନ୍ୟକାଣ୍ଡ । ପୁତୁରାକୁ ଠେଙ୍ଗାରେ ପିଟି ହତ୍ୟା କଲା କକା । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳପଦା ଗାଁରୁ । ପୁଲିସ କକା ଶତ୍ରୁଘ୍ନ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଗତକାଲି ରାତିରେ ପୁତୁରା ମଦ ପିଇ ଆସି ଘରେ ପାଟିତୁଣ୍ଡ କରିଥିଲା । କ’ଣ ପାଇଁ ମଦ ପିଇ ଆସି ଗାଳିଗୁଲଜ କରୁଛୁ ବୋଲି ଶତ୍ରୁଘ୍ନ କହିଥିଲେ । ପରେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଶତ୍ରୁଘ୍ନ ଉତକ୍ଷିପ୍ତ ହୋଇ ଘର ପାଖରେ ପଡିଥିବା କେନ୍ଦୁ ବାଡି ଆଣି ପତୁରାକୁ ପିଟି ଦେଇଥିଲେ । ଘଟଣାସ୍ଥଳରେ ପୁତୁରାର ମୃତୁ୍ୟ ଘଟିଥିଲା । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।




admin 