ଭଜନ ସମ୍ରାଟ ଭିକାରୀ ବଳଙ୍କ ପୂଣ୍ୟ ତିଥି

ଭଜନ ସମ୍ରାଟ ଭିକାରୀ ବଳଙ୍କ ପୂଣ୍ୟ ତିଥି

ଭଜନ ସମ୍ରାଟ ଭିକାରୀ ବଳଙ୍କ ପୂଣ୍ୟ ତିଥି

ଭୁବନେଶ୍ୱର: ‘ହାତରେ ମୁଠା ମୁଠା ସରଧା ବାଲି ତ’ ଆଉ କେତେବେଳେ ସେ ‘ବଡ ଦେଉଳର ପାରା’ । ପୁଣି କେତେବେଳେ ମହାପ୍ରଭୁଙ୍କ ନିକଟରେ ‘ବଡଦାଣ୍ଡର ଭିକାରୀ’ ତ ଆଉ କେତେବେଳେ ତାଙ୍କ ମନରେ ବଡଦାଣ୍ଡରେ ଯୋଗୀଟିଏ ହେବାକୁ  ଅଭିଳାଷା । ଏହିପରି ମହାପ୍ରଭୁଙ୍କ ନିକଟରେ ଭାବ ଆଉ ଭକ୍ତିର ଗାନ କରୁ କରୁ ଭିକାରୀ ବଳରୁ ସାଜିଲେ ‘ଭଜନ ସମ୍ରାଟ’ । ଆଜି ଏହି ‘ଭଜନ ସମ୍ରାଟ’ ଭିକାରୀ ବଳଙ୍କ ପୂଣ୍ୟ ତିଥି  ।

୧୯୨୯ ମସିହା ମେ ୨୫ ତାରିଖରେ କେନ୍ଦ୍ରାପଡାର ସୋବଳା ଗାଁରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ୍ ଗାୟକ । ପିତା ରାମଚନ୍ଦ୍ର ବଳ ଏବଂ ମାତା ଗେହ୍ଲାରାଣୀ ବଳ । ତାଙ୍କ ବାପା-ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, କେବଳ ଭିକାରୀ ହିଁ ଜୀବିତ ରହିବାରୁ ତାଙ୍କ ନାମ ‘ଭିକାରୀ’ ରଖିଥିଲେ । ପିଲାଟି ବେଳୁ ତାଙ୍କ ବାପା-ମାଆ ଆରପାରିକୁ ଚାଲି ଯାଇଥିଲେ । କିନ୍ତୁ ଦାରିଦ୍ର୍ୟ ତାଙ୍କୁ ସଙ୍ଗୀତରୁ ଦୂରେଇ ପାରିନଥିଲା । ନବମ ଶ୍ରେଣୀରୁ କଲମ ଛାଡି ସେ ଧରିଥିଲେ ହାରମୋନିୟମ । ସେବେଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।ତାଙ୍କ ପାଇଁ ଜୀବନ ଥିଲା ସଙ୍ଗୀତ ।