କଂଗ୍ରେସ ବିଧାନସଭା ରଣକୌଶଳ

କଂଗ୍ରେସ ବିଧାନସଭା ରଣକୌଶଳ

କଂଗ୍ରେସ ବିଧାନସଭା ରଣକୌଶଳ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏଥର ବିଧାନସଭା ଆରମ୍ଭରୁ କମ୍ପିବ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ଯୋଜନା ରଖିଛନ୍ତି । ଏନେଇ ବିଜେପି ପକ୍ଷରୁ ବିଧାନସଭା ରଣକୌଶଳ ପ୍ରସ୍ତୁତ କରିବା ପାଇଁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ଏହି ବୈଠକରେ ପରେ ନରସିଂହ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଚାଷୀ ସମସ୍ୟା , ଓଡିଶାକୁ ସବୁ ଦିଗରୁ ଆକ୍ରମଣ , ମହାନଦୀ ପାଣି , ତେଲ ଦର , ବେକାରୀ ସମସ୍ୟା ଓ ଶିକ୍ଷା ପ୍ରସଙ୍ଗ କଥା ଗୃହରେ ଉଠାଯିବ । ଏହାଛଡ଼ା ପରୀ ମାମଲା ଓ କୃଷି ପ୍ରସଙ୍ଗ ଉଠାଇବାକୁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେବଳ ସେତିକି ନୁହେଁ ଧାନର ଅଭାବୀ ବିକ୍ରି, ମଣ୍ଡି ସମସ୍ୟା, ଟୋକନ ଅବ୍ୟବସ୍ଥା, ଲିଙ୍ଗରାଜ ଓ ପୁରୀ ବାଇ ଲ’ ପ୍ରକୃତ ତଥ୍ୟ ନେଇ ସରକାରଙ୍କୁ ଘେରିବାକୁ ଯୋଜନା ରହିଥିବା ଶ୍ରୀ ମିଶ୍ର କହିଛନ୍ତି ।