ବାଇ-ଲ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ବିଜେଡି ଟିମ

ବାଇ-ଲ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ବିଜେଡି ଟିମ

 ବାଇ-ଲ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ବିଜେଡି ଟିମ
ଭୁବନେଶ୍ୱର: ଶନିବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବିଜେଡିର ପ୍ରତିନିଧି ମଣ୍ଡଳୀ ଭେଟିଛନ୍ତି । ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରସଙ୍ଗକୁ ନେଇ ବିଜେଡିର ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଙ୍କୁ ଭେଟିଛନ୍ତି । ଶୁକ୍ରବାର ଅତ୍ୟନ୍ତ ନିର୍ଭୀକ ଓ ସ୍ପଷ୍ଟ ଭାଷାରେ ଲିଙ୍ଗରାଜ ମନ୍ଦିର ବାଇ-ଲକୁ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ । କେବଳ ସେତିକି ନୁହେଁ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗଗୁଡ଼ିକ ଉପରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ରାଜ୍ୟ ସୀରକାରକୁ ବିଶ୍ୱାସକୁ ନେବା ଉଚିତ ବୋଲି ଟ୍ୱିଟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ରର ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ନିମନ୍ତେ ପ୍ରକାଶିତ ବାଇ-ଲ ସମ୍ପର୍କରେ ନିଜର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ତେଣୁ ରାଜ୍ୟର ଏପରି ବୃହତ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜ୍ୟର ସାଂସଦମାନେ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରୁନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟରେ ଆହ୍ୱାନ ଦେଇଥିଲେ ।