୫ମ ଶ୍ରେଣୀ ଛାତ୍ରୀଙ୍କ ବଳାକ୍ରାର : ପ୍ରଧାନଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ

୫ମ ଶ୍ରେଣୀ ଛାତ୍ରୀଙ୍କ ବଳାକ୍ରାର : ପ୍ରଧାନଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ

୫ମ ଶ୍ରେଣୀ ଛାତ୍ରୀଙ୍କ ବଳାକ୍ରାର : ପ୍ରଧାନଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ
ପାଟନା: ବିହାରରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବଳାକ୍ରାର କରି ଗର୍ଭବତୀ କରିଥିବା ଏକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏକ ସ୍ୱତନ୍ତ୍ର ପୋକସେ କୋର୍ଟ ସୋମବାର ମୃତୁ୍ୟ ଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଜଣେ ଶିକ୍ଷକଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି । କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଧାନଶିକ୍ଷକ ଅରବିନ୍ଦ କୁମାରଙ୍କ ଉପରେ ମଧ୍ୟ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଅନ୍ୟ ଶିକ୍ଷକ ଜଣକ ଉପରେ ୫୦,୦୦୦ ଟଙ୍କାର ଜରିମାନା ଲଗାଯାଇଛି । ରିପୋର୍ଟ ଅନୁସାରେ ୨୦୧୮ ମସିହା ସେପ୍ଟେମ୍ବର ମାସରେ ରାଜଧାନୀ ପାଟନାର ଫୁଲୱାରୀ ସରିଫ ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଥିଲା । ସେଠାରେ ୫ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ବାରମ୍ବାର ଅସୁସ୍ଥ ହେବାରୁ ତାଙ୍କର ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ । ସେଠାରେ ସେ ଗର୍ଭବତୀ ହେବାର ଜଣାପଡ଼ିଥିଲା ।