ଓଡ଼ିଶାରେ ଚିହ୍ନଟ ହେଲା ୨ ଓମିକ୍ରନ୍ ସଂକ୍ରମିତ

ଓଡ଼ିଶାରେ ଚିହ୍ନଟ ହେଲା ୨ ଓମିକ୍ରନ୍ ସଂକ୍ରମିତ

ଓଡ଼ିଶାରେ ଚିହ୍ନଟ ହେଲା ୨ ଓମିକ୍ରନ୍ ସଂକ୍ରମିତ

ଭୁବନେଶ୍ବର: ଓଡ଼ିଶାରେ ଚିହ୍ନଟ ହେଲା ଓମିକ୍ରନ୍‌ ଭାରିଏଣ୍ଟ। ୨ ଜଣଙ୍କ ଠାରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଭାରିଏଣ୍ଟ୍‌ ଚିହ୍ନଟ ହୋଇଛି। ଜଣେ ନାଇଜେରିଆ ଓ ଜଣେ କତ୍ତରରୁ ଆସିଥିବା ଜଣାପଡ଼ିଛି। ଆଇଏଲ୍‌ଏସ୍‌ ଏ ନେଇ ସୂଚନା ଦେଇଛି। ୨ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ସଂକ୍ରମିତ ଦୁଇଜଣଙ୍କ ସଂପର୍କରେ ସଂପୂର୍ଣ୍ଣ ସୂଚନା ହାସଲ କରାଯାଇଛି। ସେମାନେ ଆଉ କାହା ସହିତ ମିଶିଛନ୍ତି କି ନାହିଁ ସେ ବାବଦରେ ସୂଚନା ସଂଗ୍ରହ କରାଯାଉଛି। ତେବେ ଉଭୟ ସୁସ୍ଥ ଥିବା ରାଜ୍ୟ ସରକାର କହିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ପୁରୁଷ।  ଓ ସେମାନଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଓ ଜ‌ଣେ କଟକର ବୋଲି ଜଣାପଡ଼ିଛି। ଜଣଙ୍କ ବୟସ ୪୩ ଓ ଜଣଙ୍କର ବୟସ ୪୧ ବର୍ଷ।