ଓମିକ୍ରନ୍‌ ଚିନ୍ତା, ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

ଓମିକ୍ରନ୍‌ ଚିନ୍ତା, ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

ଓମିକ୍ରନ୍‌ ଚିନ୍ତା, ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ  ଚିନ୍ତା ବଢ଼ିଯାଇଛି। ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର । ଲୋକସେବା ଭବନରେ ଆରମ୍ଭ ହୋଇଛି ବୈଠକ ।

ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା । ଖବର ଅନୁଯାୟୀ, ରାଜ୍ୟରେ ଆଜି ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ନାଇଜେରିଆ ଏବଂ ଅନ୍ୟଜଣେ କତାରରୁ ଫେରିଥିଲେ । ପଜିଟିଭ ଚିହ୍ନଟ ପରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ଜଣାପଡିଛି ।

ଓଡିଶାରେ ପଶିଲା ଓମିକ୍ରନ । ପଡୋଶୀ ରାଜ୍ୟଗୁଡିକ ପରେ ଏବେ ଓଡିଶାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଉଭୟ ସଂକ୍ରମିତ ବିଦେଶ ଫେରନ୍ତା ଅଟନ୍ତି । ଜଣେ ନାଇଜେରିଆରୁ ଫେରିଥିବାବେଳେ ଅନ୍ୟ ଜଣେ କାତାରରୁ ଫେରୁଥିବା ଜଣାପଡିଛି । ସେମାନଙ୍କ ଜିନମ ସିକ୍ବେନ୍ସିଂ ପରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଏବେ ସୁଦ୍ଧା ୯ ଜଣଙ୍କ ସାମ୍ପୁଲ ଜିନମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଛି ।