ଓଡ଼ିଶା ଲୋକସେବା ଆୟୋଗ ନୂଆ ଅଧ୍ୟକ୍ଷ ହେଲେ ସତ୍ୟଜିତ ମହାନ୍ତି

ଓଡ଼ିଶା ଲୋକସେବା ଆୟୋଗ ନୂଆ ଅଧ୍ୟକ୍ଷ ହେଲେ ସତ୍ୟଜିତ ମହାନ୍ତି

ଓଡ଼ିଶା ଲୋକସେବା ଆୟୋଗ ନୂଆ ଅଧ୍ୟକ୍ଷ ହେଲେ ସତ୍ୟଜିତ ମହାନ୍ତି
ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ଭାବେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ପ୍ରତି ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ବିଭୂତି ଭୂଷଣ ପଟ୍ଟନାୟକ ରହିଛନ୍ତି । ତେବେ ଯଥାଶୀଘ୍ର ଶ୍ରୀ ମହାନ୍ତି କାର୍ଯ୍ୟରେ ଯୋଗଦେବାକୁ ବିଜ୍ଞପ୍ତିରେ ଉଲ୍ଳେଖ ରହିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇଛି । ୬୨ ବର୍ଷ ବୟସ ପର୍ଯ୍ୟନ୍ତ ଶ୍ରୀ ମହାନ୍ତି ଏହି ପଦରେ କାର୍ଯ୍ୟକରିବେ । ସେ ଏବେ ଅଗ୍ନିଶମ ଡିଜି ସହ ହୋମଗାଡର଼୍ କମାଣ୍ଡାଂଟ ଓ ସିଭିଲ ଡିଫେନ୍ସ ନିଦେ୍ର୍ଧଶକ ପଦରେ କାର୍ଯ୍ୟ କରୁଛନ୍ତି ।