ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା
ଭୁବନେଶ୍ୱର : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ ନାହିଁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ ଏହା ସ୍ପଷ୍ଟ କରିଛନ୍ତି ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଓଡ଼ିଶା ସରକାର ଓ ବିଜୁ ଜନତା ଦଳ କେନ୍ଦ୍ର ନିକଟରେ ବାରବାର ଦାବି କରି ଆସୁଛନ୍ତି । ଏଥିପାଇଁ ବଡ଼ ଧରଣର ଆନେ୍ଦାଳନବି ହୋଇଥିଲା । ତେବେ ଉପା ସରକାର ଭଳି ଏନଡ଼ିଏ ସରକାର ମଧ୍ୟ ଏହି ଦାବିକୁ ଅଣଦେଖା କରି ଆସିଛନ୍ତି ।
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ ନାହିଁ ବୋଲି ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରି ଆସିଛନ୍ତି । ଏଥିପାଇଁ ଥିବା ମାପଦଣ୍ଡକୁ ଓଡ଼ିଶା ପୂରଣ କରୁନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଉଥିଲା ।




admin 