ଏୟାର ଇଣ୍ଡିଆର କ୍ଷତି ୧୦ ହଜାର କୋଟି

ଏୟାର ଇଣ୍ଡିଆର କ୍ଷତି ୧୦ ହଜାର କୋଟି

ଏୟାର ଇଣ୍ଡିଆର କ୍ଷତି ୧୦ ହଜାର କୋଟି
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ୯,୫୦୦ ରୁ ୧୦,୦୦୦ କୋଟି ଟଙ୍କା କ୍ଷତି ସହିଛି । ୨୦୦୭ର ଇଣ୍ଡିଆନ ଏୟାର ଲାଇନ୍ସ ସହ ଏହାର ମିଶ୍ରଣ ପରଠାରୁ ଏହା ସର୍ବାଧିକ କ୍ଷତି । କୋଭିଡ-୧୯ ମହାମାରୀ ସମସ୍ତ ବିମାନ କମ୍ପାନୀଙ୍କ ରାଜସ୍ୱକୁ ପ୍ରଭାବିତ କରିଥିବା ବେଳେ ଏୟାର ଇଣ୍ଡିଆ ମଧ୍ୟ ଏଥିରୁ ବର୍ତ୍ତି ନାହିଁ । ଆସନ୍ତା ଆର୍ଥିକ ବର୍ଷ ଏୟାର ଇଣ୍ଡିଆକୁ ବିକି୍ର କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି । ଏଭଳି କ୍ଷେତ୍ରରେ ରେକର୍ଡ କ୍ଷତି କମ୍ପାନୀର ମୂଲ୍ୟାୟନକୁ ପ୍ରଭାବିତ କରିପାରେ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ୨୦୧୯-୨୦ ରେ ଏୟାର ଇଣ୍ଡିଆର କ୍ଷତି ୮,୦୦୦ କୋଟି ଟଙ୍କା ଥିଲା । ୨୦୧୮-୧୯ ର ୮,୫୦୦ କୋଟିର କ୍ଷତି ତୁଳନାରେ ଏହା କମ୍ ଥିଲା । ୨୦୧୭-୧୮ରେ କମ୍ପାନୀର କ୍ଷତି ପରିମାଣ ୫,୩୦୦ କୋଟି ଟଙ୍କା ଥିଲା ।