୨୬ରେ ଦେଶବ୍ୟାପୀ ଦୋକାନ ବନ୍ଦ

୨୬ରେ ଦେଶବ୍ୟାପୀ ଦୋକାନ ବନ୍ଦ

୨୬ରେ ଦେଶବ୍ୟାପୀ ଦୋକାନ ବନ୍ଦ
ଭୁବନେଶ୍ୱର: ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବ ଭାରତୀୟ ବ୍ୟବସାୟ ସଂଗଠନ (ସିଏଆଇଟି) ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ଏହି ବନ୍ଦକୁ ପରିବହନ କ୍ଷେତ୍ରର ସର୍ବବୃହତ ସଂଗଠନ ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ସମର୍ଥନ କରି ୨୬ ତାରିଖରେ ସାରା ଦେଶରେ ଚକାଜାମ ଘୋଷଣା କରିଛି । ନାଗପୁରରେ ସିଏଆଇଟି ପକ୍ଷରୁ ଆୟୋଜିତ ତିନି ଦିନର ଜାତୀୟ ବ୍ୟବସାୟ ସମ୍ମଳିନୀ ଆରମ୍ଭ ହୋଇଯାଇଛି । ଏଥିରେ ସାରା ଦେଶରୁ ସଂଘର ସବୁ ରାଜ୍ୟରୁ ୨୦୦ ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି । ଏହି ଘୋଷଣା ମିଳିତ ଭାବେ ସିଏଆଇଟିର ଜାତୀୟ ସଭାପତି ବି.ସି ଭରତିଆ ଓ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଏବଂ ପରିବହନ କଲ୍ୟାଣ ସଂଘର ଜାତୀୟ ସଭାପତି ପ୍ରଦୀପ ସିଂଘଲ କରିଥିଲେ । ସଂଘ ପକ୍ଷରୁ କୁହାଯାଇଛି ବ୍ୟବସାୟ କରିବା ପରିବର୍ତ୍ତେ ଦେଶର ବ୍ୟବସାୟୀମାନେ ଜିଏସଟି ଟିକସ ହିସାବ କରିବା ପାଇଁ ସାରା ଦିନ ବ୍ୟସ୍ତ ରହୁଛନ୍ତି । ଚାରି ବର୍ଷ ମଧ୍ୟରେ ୯୩୭ ରୁ ଅଧିକ ଥର ସଂଶୋଧନ ହେବା ପରେ ଜିଏସଟିର ମୌଳିକ ଢ଼ାଞ୍ଚା ବଦଳି ଯାଇଛି ।