ଏହି ଦ୍ୱୀପରେ ମହିଳାଙ୍କ ପ୍ରବେଶ ନିଷେଧ

ଏହି ଦ୍ୱୀପରେ ମହିଳାଙ୍କ ପ୍ରବେଶ ନିଷେଧ

ଏହି ଦ୍ୱୀପରେ ମହିଳାଙ୍କ ପ୍ରବେଶ ନିଷେଧ

ଜାପାନ ଏକ ଦ୍ୱୀପ ଅବସ୍ଥିତ । ଓକିନୋସିଆ ଦ୍ୱୀପ ନାମରେ ଏହା ଲୋକପ୍ରିୟ । ଏହି ଦ୍ୱୀପରେ ଏକ ଅଜବ ପରମ୍ପରା ରହିଛି , ଯେଉଁଠି କେବଳ ପୁରୁଷ ହିଁ ଆସନ୍ତି । ଏଠାକୁ ମହିଳାଙ୍କ ପ୍ରବେଶ ନିଷେଧ । ଖାସ୍ କଥା ହେଉଛି ଏଠାରେ ପୁରୁଷ ସମୁଦ୍ରକୁ ଦେବୀ ରୂପେ ପୂଜା କରନ୍ତି । କିନ୍ତୁ ମହିଳାଙ୍କୁ ଏହି ଦ୍ୱୀପକୁ ଆସିବା ଉପରେ କଟକଣା ରହିଛି । ଏଠାରେ ଅନେକ କଠୋର ନିୟମ ମଧ୍ୟ ପାଳନ କରାଯାଏ । ଏହି ଦ୍ୱୀପକୁ ବିଶ୍ୱ ଐତିହ୍ୟ ଭାବେ ଘୋଷଣା କରାଯାଇଥିଲା । ଏହା ୭୦୦ ବର୍ଗ ମିଟରରେ ବିସ୍ତୁତ ।

୪ର୍ଥ ରୁ ୯ମ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଦ୍ୱୀପ କୋରିଆ ଦ୍ୱୀପ ଓ ଚୀନ୍ ମଧ୍ୟରେ ବ୍ୟବସାୟିକ କେନ୍ଦ୍ର ଥିଲା । ପ୍ରାଚୀନ କାଳରୁ ପ୍ରଚଳିତ ଧାର୍ମିକ ପ୍ରତିବନ୍ଧକ ଆଜି ମଧ୍ୟ ପାଳନ କରାଯାଉଛି । ପୁରୁଷଙ୍କ ପାଇଁ ମଧ୍ୟ କିଛି କଠୋର ନିୟମ ରହିଛି , ଏହି ଦ୍ୱୀପକୁ ଯିବା ପୂର୍ବରୁ ପୁରୁଷଙ୍କୁ ବିବସ୍ତ୍ର ହୋଇ ସ୍ନାନ କରିବାକୁ ପଡ଼ିଥାଏ । ଏହି କଠୋର ନିୟମ ପାଇଁ ବର୍ଷକରେ ମାତ୍ର ୨୦୦ ପୁରୁଷ ଆସିଥାନ୍ତି । ଏଠାକୁ ଆସୁଥିବା ପୁରୁଷ ସାଙ୍ଗରେ କୈାଣସି ବସ୍ତୁ ଆଣିପାରିବେ ନାହିଁ କି ନେଇ ପାରିବେ ନାହିଁ । ସେମାନଙ୍କ ଯାତ୍ରା ଗୁପ୍ତ ରହିବା ଉଚିତ୍ ।ଏଠାରେ ମୁନାକାତା ତାଇଶା ଓକିତ୍ସୁ ମନ୍ଦିର ରହିଛି,ସମୁଦ୍ର ଦେବୀଙ୍କୁ ଆରାଧନା କରାଯାଏ । ଜାହାଜ ଗୁଡ଼ିକର ସୁରକ୍ଷା ପାଇଁ ସପ୍ତଦଶ ଶତାଦ୍ଧୀରେ ଏହି ପୂଜା କରାଯାଉଥିଲା ।