ଲୁକରେ ଫ୍ୟାନ୍ସଙ୍କୁ ଘାୟଲ କଲେ ସାରା ଅଲ୍ଲି ଖାନ

ଲୁକରେ ଫ୍ୟାନ୍ସଙ୍କୁ ଘାୟଲ କଲେ ସାରା ଅଲ୍ଲି ଖାନ

ଲୁକରେ  ଫ୍ୟାନ୍ସଙ୍କୁ ଘାୟଲ କଲେ ସାରା ଅଲ୍ଲି ଖାନ



ମୁମ୍ବାଇ: ଜାନଭୀ କପୁର ନିଜର ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଭାରତୀୟଶୈଳୀ ସାଙ୍ଗକୁ ପାଶ୍ଚାତ୍ୟ ଡ୍ରେସପ ଦ୍ୱାରା ସେ ନିଜ ଫ୍ୟାନ୍ସଙ୍କୁ ନିଜ ଆଡ଼କୁ ଆକର୍ଷିତ କରନ୍ତି । ନିଜକୁ ଏପରି ଭାବରେ ସେ ସଜାନ୍ତି ଯେ, ଲୋକଙ୍କ ନଜର ଆଢ଼ୁଆଳରୁ ଦୂରକୁ ଯିବା ସହଜ ହୋଇନଥାଏ । ନିକଟରେ ବିମାନବନ୍ଦରରେ ମଧ୍ୟ ତାଙ୍କୁ ଏହି ରୂପରେ ଦେଖିବାକୁ ମିଳିଥିଲା । ଯେଉଁଠାରେ କେବଳ ସେ ନୁହନ୍ତି ତାଙ୍କ ମାଆଙ୍କ ସହିତ ନଜର ଆସିଥିଲେ ସାରା ଅଲ୍ଲି ଖାନା । ସୁନ୍ଦରୀ ଅଭିନେତ୍ରୀ ସାରାଙ୍କୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଭାରତୀୟଶୈଳୀରେ ନିଜକୁ ପ୍ରସ୍ତୁତ କରିବା ସହିତ ପାଶ୍ଚାତ୍ୟ ଲୁକରେ ସୁନ୍ଦରୀ ସାରା ବେଶ ଆକର୍ଷଣୀୟ ଦେଖାଯାଉଥିଲେ । ତାଙ୍କ ହାତରେ ଗୋଟିଏ କେକ୍‌ ମଧ୍ୟ ଥିଲେ ଯାହାକୁ ଦେଖି ପ୍ରମାଣିତ ହେଉଥିଲା ଯେ, ସେ ତାଙ୍କ ମା’ଙ୍କ ଜନ୍ମଦିନ ପାଳନ କରିବା ପାଇଁ ଯାଉଛନ୍ତି । ନିକଟରେ ସାରାଙ୍କ ମା’ ତଥା ବଲିଉଡ଼ ଅଭିନେତ୍ରୀ ଅମୃତା ସିଂ ୬୫ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସାରା ଅଲି ଖାନ ମୁମ୍ବାଇ ବିମାନବନ୍ଦରରେ ଏକ ସିଲଭର କଲର ରେଶମ ସୁଟରେ ନଜର ଆସିଥିଲେ । ତାଙ୍କ ସୁଟ୍‌ ଟି ବହୁତ ସାଧାସିଧା ଥିଲା, ଏହା ସାଙ୍ଗକୁ ଗୋଟିଏ ଗୋଲାପି ରଙ୍ଗର ପୁଷ୍ପସୂତା ଏମ୍ବ୍ରୋଡୋରୀ ଡ଼ିଜାଇନର ଓଡ଼ଣୀ । ଏହା ସାଙ୍ଗକୁ ହାଲକା ଫିକା ରଙ୍ଗର ଚୁଡ଼ି ଯାହା ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦୁଇଗୁଣିତ କରୁଥିଲା ।