ଏହି ଦିନଠୁ ରାଜ୍ୟରେ ବଢିବ ଶୀତ

ଏହି ଦିନଠୁ ରାଜ୍ୟରେ ବଢିବ ଶୀତ

ଏହି ଦିନଠୁ ରାଜ୍ୟରେ ବଢିବ ଶୀତ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ଫଳରେ ଅଧିକ ଶୀତ ଅନୁଭୂତ ହେବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ ଦେଇଛି ।

ଆସନ୍ତା ତିନି ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି କୁହାଯାଇଛି । କିନ୍ତୁ ତିନି ଦିନ ପରେ ବା ୧୨ରୁ ପରବର୍ତ୍ତୀ ଦୁଇ ଦିନ ରାତିରେ ପାରଦ ତଳକୁ ଖସିବ । ପାରଦ ୨ରୁ ୩ ଡିଗ୍ରୀ କମିବ ବୋଲି କୁହାଯାଇଛି ।

ବୁଧବାର କୋରାପୁଟ ସିମିଳିଗୁଡ଼ାରେ ରାତି ତାପମାତ୍ରା ୧୨.୮ ଡିଗ୍ରୀ ଥିଲା । ସେହିଭଳି ଫୁଲବାଣୀ ସହରରେ ଘନ କୁହୁଡି ଦୃଶ୍ୟମାନ ହୋଇଛି।