ଏହି ଟିପ୍ସ ଆପଣାନ୍ତୁ ଦିଶିବେ ସୁନ୍ଦର
ଏହି ଟିପ୍ସ ଆପଣାନ୍ତୁ ଦିଶିବେ ସୁନ୍ଦର
କେଶ ଓଦା ହେଲା ତାକୁ କମ ସମୟରେ ଶୁଖାଇବା ସହଜ ହୋଇନଥାଏ । ଏଥିଲାଗି ଓଦା କେଶକୁ ଏକ ଟାୱେଲରେ ଗୁଡ଼ାଇ ରଖିବା ପରେ ତାକୁ ଡ୍ରାୟର ସାହାଯ୍ୟରେ ଶୁଖାନ୍ତୁ । ସେହିପରି ନଖ କାଟିବା ସମୟରେ କେବେ କେବେ ଆମ ନଖ ଏତେ ଟାଣ ହୋଇଯାଇଥାଏ ଯେ ତାକୁ କାଟିବା ଓ ସେପ୍ ଦେବା କାଠିକର ପାଠ ହୋଇଯାଇଥାଏ । ଗାଧୋଇବା ସମୟରେ ଆପଣଙ୍କ ନଖକୁ କିଛି ସମୟ ପାଣିରେ ବୁଡ଼ାଇ ରଖନ୍ତୁ । କପଡ଼ା ସଫା କରିଲେ କିମ୍ବା ବାସନ ମାଜିବା ଦ୍ୱାରା ନଖ ନରମ ହୋଇଯାଏ, ଯାହାଦ୍ୱାରା ନଖ ଶେପ୍ ଦେବା ଏବଂ କାଟିବା ସହଜ ହୋଇଯାଇଥାଏ ।
- ଆଜିକାଲି ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି ଏଥିପାଇଁ ବିଭିନ୍ନ ପ୍ରକାର ବିଉଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ତେବେ ଆପଣ ଜଦି ଫେସିଆଲ୍ କରୁଛନ୍ତି ତେବେ କିଛି କଥା ଉପରେ ନଜର ଦେବା ନିହାତି ଜରୁରୀ । ଆପଣ ଲକ୍ଷ୍ୟକରିଥିବେ କି ଯେତେବେଳେ ଫେସିଆଲ୍ କରୁଛନ୍ତି ସେହି ସମୟରେ ଆପଣଙ୍କ ମୁହଁ ଲାଲ୍ ହୋଇଯାଉଛି । ତେବେ ଏହି ସମୟରେ ସ୍ପ୍ରେ ବଟଲ ସାହାଯ୍ୟରେ ମୁହଁକୁ ଥଣ୍ଡା ପାଣିରେ ସ୍ପ୍ରେ କରନ୍ତୁ । ଏପରି କଲେ ମୁହଁ ଜ୍ୱଳନ କମିଯାଏ ଏହାର ସହ ଲାଲ ମଧ୍ୟ ପଡେ଼ନାହିଁ ।
- ଆପଣଙ୍କର ଯଦି କେଉଁଠିକୁ ଯିବାର ଥାଏ ତେବେ ଆପଣ ନେଲପଲିସ୍ ଲଗାଇଲେ ତାହା ସହଜରେ ଶୁଖି ନ ଥାଏ । ଏଥିପାଇଁ ଆପଣ ପ୍ରଥମେ ନେଲ୍ ପଲିସ୍ ଲଗାଇ ତାକୁ କିଛି ସମୟ ପାଣିରେ ବୁଡ଼ାଇ ଦିଅନ୍ତୁ । ଏହାଦ୍ୱାରା ନେଲପଲିସ୍ ଜଲଦି ଛାଡ଼ି ନ ଥାଏ ଓ ଶୁଖାଇବାକୁ ହେଲେ ହେୟାର ଡ୍ରାଏ ବ୍ୟବହାର କରିପାରିବେ ।
- ଯଦି ଆପଣଙ୍କ କେଶ ଧଳା ହୋଇଯାଇଛି ଏହି ସମୟରେ ଆପଣଙ୍କୁ ଜଲଦି ଯିବାର ଅଛି କୌଣସି ମିଟିଂ କିମ୍ବା ପାର୍ଟିରେ, ତେବେ ସେ ସମୟରେ ତ ଆପଣ କେଶକୁ କଲର କରିପାରିବେ ନାହିଁ । ଏଥିଲାଗି ଆପଣ ନିଜର କିଛି ବିଉଟି ପ୍ରଡକ୍ଟ ବ୍ୟବହାର କରି ଧଳା କେଶକୁ କଳାପାରିବେ । ଯେମିତିକି ମସ୍କରା ବ୍ୟବହାର କରି ଧଳା କେଶକୁ କଳା କରିପାରିବେ ।




admin 