ଏହି ଜିଲ୍ଲାରେ ୧୦୦ ପ୍ରତିଶତରୁ ଅଧିକ ମତଦାନ
ଏହି ଜିଲ୍ଲାରେ ୧୦୦ ପ୍ରତିଶତରୁ ଅଧିକ ମତଦାନ
ଯାଜପୁର: ଜିଲ୍ଲାର ଦଶରଥପୁର ବ୍ଲକରେ ଏକ ଅଜବ ରେକର୍ଡ ଦେଖିବାକୁ ମିଳିଛି । ଏଠାରେ ୩ଟି ସ୍ଥାନରେ ୧୦୦ ପ୍ରତିଶତରୁ ଅଧିକ ଭୋଟ ଗ୍ରହଣ ହୋଇଥିବା ଜଣାପଡ଼ିଛି । କୟାଁ ପଞ୍ଚାୟତ ଇଚ୍ଛାପୁର ଗ୍ରାମର ୨ ନମ୍ବର ବୁଥ୍ରେ ଭୋଟର ସଂଖ୍ୟା ୩୮୧ ଥିବାବେଳେ ଏଠାରେ ୪୦୮ ଜଣ ମତଦାନ କରିଛନ୍ତି । ଏଭଳି ଭାବରେ ଏଠାରେ ୧୦୭ ପ୍ରତିଶତ ମତଦାନ ହୋଇଛି ।
ସେହିଭଳି ଦୁଦୁରାଅଣ୍ଟା ପଞ୍ଚାୟତ ୧୦ ନମ୍ବର ବୁଥ୍ରେ ୧୦୨ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । ଏଠାରେ ଭୋଟର ସଂଖ୍ୟା ୨୪୪ ଥିବାବେଳେ ୨୫୦ ଭୋଟ ଗ୍ରହଣ ହୋଇଥିବା ସୂଚନା ମିଳିଛି । ଅସନପୁର ପଞ୍ଚାୟତ ୯ ନମ୍ବର ବୁଥରେ ୨୬୦ ଜଣ ଭୋଟର ଥିବାବେଳେ ସମସ୍ତ ୨୬୦ ଜଣ ମତଦାନ କରିଛନ୍ତି । ଏହାକୁ ନେଇ ଦଶରଥପୁର ବ୍ଲକ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ସମସ୍ତ ସଂଖ୍ୟାକୁ ଏକାଠି କଲେ ଦଶରଥପୁରରେ ୧୦୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରେକର୍ଡ ମିଳୁଛି । ଏଭଳି ସଂଖ୍ୟା ଦ୍ବାରା ମତଦାନ ବେଳେ ଦୁର୍ନୀତି ହୋଇଥିବା ନିଶ୍ଚିତ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସେପଟେ ଏହାକୁ ନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।




admin 