ଉତ୍ତରପ୍ରଦେଶରେ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ଜାରି

ଉତ୍ତରପ୍ରଦେଶରେ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ଜାରି

ଉତ୍ତରପ୍ରଦେଶରେ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ଜାରି

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଜି ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ଜାରି ରହିଛି। ରାଜ୍ୟର ୫୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଏହି ୫୯ଟି ଆସନ ମଧ୍ୟରେ ଲକ୍ଷ୍ମୀପୁର ଖେରି ମଧ୍ୟ ରହିଛି। ଏଠାରେ ଗତବର୍ଷ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିଲା।

ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ଗିରଫ ହୋଇଥିଲେ। ଏହାବାଦ ଲକ୍ଷ୍ନୌ ଓ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଗଡ଼ ରାଏବରେଲୀର ୫ଟି ବିଧାନସଭା ପାଇଁ ମଧ୍ୟ ଭୋଟ ହେଉଛି।

ପିଲିଭିଟ, ଲକ୍ଷ୍ମୀପୁର ଖେରି, ସୀତାପୁର, ହାର୍ଡୋଇ, ଲକ୍ଷ୍ନୌ, ରାଏବରେଲୀ, ବାନ୍ଦା ଓ ଫତେପୁର ଜିଲ୍ଲାର ଥିବା ମୋଟ ୫୯ଟି ଆସନରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ୨୦୧୭ରେ ଏହି ୫୯ଟି ଆସନରୁ ବିଜେପି ୫୧ଟିରେ ଜିତିଥିବା ବେଳେ ସମାଜବାଦୀ ପାର୍ଟି ଖାତାକୁ ୪ଟି, କଂଗ୍ରେସ ୨ଟି ଓ ମାୟାବତୀଙ୍କ ବିଏସ୍ପି ଖାତାକୁ ୨ଟି ଆସନ ଯାଇଥିଲା।