ଏସିଏଫଓ ସୌମ୍ୟଙ୍କ ମୃତୁ୍ୟ ରହସ୍ୟ : ବଲାଙ୍ଗିର ଯିବ ପାରଳାଖେମୁଣ୍ଡି ପୁଲିସ
ଏସିଏଫଓ ସୌମ୍ୟଙ୍କ ମୃତୁ୍ୟ ରହସ୍ୟ : ବଲାଙ୍ଗିର ଯିବ ପାରଳାଖେମୁଣ୍ଡି ପୁଲିସ
ଭୁବନେଶ୍ୱର: ତେବେ ଏହି ମାମଲାର ତଦନ୍ତ ପାଇଁ ପାରଳାଖେମୁଣ୍ଡି ପୁଲିସ ବଲାଙ୍ଗିର ଯିବ । ଏନେଇ ସୂଚନା ଦେଇ ତଦନ୍ତ ଅଧିକାରୀ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁ କହିଛନ୍ତି ଯେ, ଅଭିଯୋଗ ଆସିଥିବା ବ୍ୟାଚେଲର ପାର୍ଟି ତଦନ୍ତ ପାଇଁ ଟିମ ବଲାଙ୍ଗିର ଯିବ । ୫ ଜଣିଆ ଟିମ ବିଦ୍ୟାଭାରତୀ ପଢୁଥିବା ଏଲଆଇ ଇନଷ୍ଟିଚୁ୍ୟଟ ଯିବ । ଷ୍ଟେପ ବାଇ ଷ୍ଟେପ ତଦନ୍ତ ଚାଲିଛି । ପାରଳାଖେମୁଣ୍ଡିରୁ ବାଲେଶ୍ୱର, ମଭୂରଭଞ୍ଜ ଓ ଏବେ ବଲାଙ୍ଗିର । ତଦନ୍ତ କନକ୍ଲୁଜନରେ ପହଞ୍ଚିଲେ ନିଶ୍ଚିତ ନ୍ୟାୟ ମିଳିବ । ଯାହା ନଁରେ ଅଭିଯୋଗ ଅଛି ସମସ୍ତଙ୍କ କଲ ରେକର୍ଡ ଯାଞ୍ଚ ହେଉଛି ବୋଲି ଆଇଆଇସି ବିବେକାନନ୍ଦ ସ୍ୱାଇଁ କହିଛନ୍ତି ।
ଅନ୍ୟପକ୍ଷରେ ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ କହିଛନ୍ତି ଯେ, ବାଡ଼ କ୍ଷେତ ଖାଉଛି । ବାଡ଼ ଏମିତି କ୍ଷେତ ଖାଇଲେ ରାଜ୍ୟରୁ ସବୁ ଆଇନକାନୁନ ଶେଷ ହୋଇଯିବ ବୋଲି ସେ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ, କର୍ମଚାରୀଙ୍କୁ ପଚାରି, କଲ ଯାଞ୍ଚ କରି ଡିଏଫଓଙ୍କୁ କ୍ଲିନ ଚିଟ ଦେଇଦେଲେ । ଡିଏଫଓ ସେଠି ଥିବା ଯାଏ କୌଣସି କର୍ମଚାରୀ ତାଙ୍କ ବିଷୟରେ କହିବେନି । ଡିଏଫଓ- ବିଦ୍ୟାଭାରତୀ ଗୁପ୍ତ ନମ୍ବରରେ କଥା ହେଉଥିବେ । ଯାଞ୍ଚ ହୋଇଛି କି? ବଡ଼ ଅଧିକାରୀଙ୍କୁ ରକ୍ଷା ପାଇଁ ଯେତେ ସବୁ ପ୍ରମାଣ ଅଛି ପୁଲିସ ତାକୁ ନଷ୍ଟ କରୁଛି ବୋଲି ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ, ବିଦ୍ୟାଭାରତୀ ବଲାଙ୍ଗିରରେ ପ୍ରାଣୀଧନ ନିରୀକ୍ଷକ ଟ୍ରେନିଂ ନେଉଥିଲେ । ଏନେଇ ଟ୍ରେନିଂ ଇନଷ୍ଟିଚୁ୍ୟଟ ମୁଖ୍ୟ ହେମନ୍ତ ପ୍ରଧାନ କହିଥିଲେ ଯେ, ୨୦୧୯ରେ ପ୍ରାଣୀଧନ ନିରୀକ୍ଷକ ଇନଷ୍ଟିଚୁ୍ୟଟରେ ଟ୍ରେନିଂ ନେଉଥିଲେ । ଚଳିତ ଏପ୍ରିଲ ୩ରୁ ୧୩ ଯାଏ ସେଠାକୁ ପରୀକ୍ଷା ଦେବାକୁ ଯାଇଥିଲେ । ପରୀକ୍ଷା ପରେ ଇନଷ୍ଟିଚୁ୍ୟଟ ମୁଖ୍ୟଙ୍କ ଅନୁମତିରେ ଲଞ୍ଚ ଦେଇଥିଲେ । ବାହାଘର ହୋଇଥିବାରୁ ସାଙ୍ଗମାନଙ୍କୁ ଲଞ୍ଚ ଦେବାକୁ ଚାହିଁଥିଲେ । ଏପ୍ରିଲ ୧୧ରେ ଲଞ୍ଚ ରେ ମଟନ ଓ ଚିକେନ ଦେଇଥିଲେ ବିଦ୍ୟା । ଲଞ୍ଚ ବାବଦକୁ ତାଙ୍କର ୧୨/୧୩ ହଜାର ଖର୍ଚ୍ଚ ହୋଇଥିବା କହିଥିଲେ । ପରୀକ୍ଷା ପରେ ଏପ୍ରିଲ ୧୩ରେ ବିଦ୍ୟା ବାପା ଓ ମା’ଙ୍କ ସହ ପଳାଇଥିଲେ । ଏବେ ବି ବିଦ୍ୟାଭାରତୀ ଇନଷ୍ଟିଚୁ୍ୟଟର ଛାତ୍ରୀ ରହିଛନ୍ତି ବୋଲି ଟ୍ରେନିଂ ଇନଷ୍ଟିଚୁ୍ୟଟ ମୁଖ୍ୟ ହେମନ୍ତ ପ୍ରଧାନ କହିଥିଲେ ।
ତେବେ ବଲାଙ୍ଗିରରେ ବିଦ୍ୟାଭାରତୀଙ୍କ ବ୍ୟାଚେଲର ପାର୍ଟି ଅଭିଯୋଗ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଥିଲେ ଯେ, ବ୍ୟାଚେଲର ପାର୍ଟି କ’ଣ ମୁଁ ପ୍ରଥମେ ଶୁଣୁଛି । ବାହାଘର ସରିଥିବାରୁ ସାଥୀଙ୍କୁ ହଷ୍ଟେଲରେ ଭୋଜି ଦେବାକୁ ଚାହିଁଥିଲେ । ହଷ୍ଟେଲରେ ଭୋଜି ମନା । କେବଳ ଖର୍ଚ୍ଚ ସ୍ପୋନସରିଂ ପାଇଁ କହିଥିଲି । ୨୦୨୧ ଏପ୍ରିଲ ୧୧ରେ ହଷ୍ଟେଲରେ ଲଞ୍ଚ ସ୍ପୋନସରିଂ କରିଥିଲେ ବିଦ୍ୟା । ଲଞ୍ଚରେ ସାଥୀ ସହପାଠୀଙ୍କୁ ସେ ମଟନ ଓ ଚିକେନ ଦେଇଥିଲେ ।




admin 