ଏସସିବିରେ ଫ୍ୟାନ ଖସିବା ଘଟଣା; ମହିଳା ମୃତ

ଏସସିବିରେ ଫ୍ୟାନ ଖସିବା ଘଟଣା; ମହିଳା ମୃତ

ଏସସିବିରେ ଫ୍ୟାନ ଖସିବା ଘଟଣା; ମହିଳା ମୃତ
କଟକ : କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଛାତରୁ ଫ୍ୟାନ୍‌ ଖସି ଗୁରୁତର ହୋଇପଡ଼ିଥିବା ମହିଳା ରୋଗୀ ଶେଷରେ ଆଖି ବୁଜିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ନିକଟରୁ ସୂଚନା ମିଳିଛି। ମୃତ ମହିଳାଙ୍କ ନାଁ ପାର୍ବତୀ ଦାସ। ତାଙ୍କୁ ୭୫ ବର୍ଷ ହୋଇଥିଲା। ସେ ଯାଜପୁର ଜିଲ୍ଲା ବରୀ କୃଷ୍ଣନଗର ଅଞ୍ଚଳର ବାସିନ୍ଦା ଥିଲେ। ନିଆଁରେ ପୋଡ଼ି ହୋଇ ସେ ଗୁରୁତର ଥିଲେ। ତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ଜଳି ଯାଇଥିଲା। ସେଥିପାଇଁ ତାଙ୍କୁ ଏସ୍‌ସିବିର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ପାର୍ବତୀ ସେଠାରେ ଚିକିତ୍ସାଧୀନ ଥିବା ବେଳେ ଗତ ୮ ତାରିଖ ଦିନ ତାଙ୍କ ଉପରେ ଏକ ଫ୍ୟାନ୍ ଖସି ପଡ଼ିଥିଲା। ଫଳରେ ତାଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇଯାଇଥିଲା। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।