ଏସଓଜି ଓ ଡିଭିଏଫ ମିଳିତ ଭାବେ କମ୍ବିଂଙ୍କୁ ଜୋରଦାର

ଏସଓଜି ଓ ଡିଭିଏଫ ମିଳିତ ଭାବେ କମ୍ବିଂଙ୍କୁ ଜୋରଦାର

ଏସଓଜି ଓ ଡିଭିଏଫ ମିଳିତ ଭାବେ କମ୍ବିଂଙ୍କୁ ଜୋରଦାର
ଫୁଲବାଣୀ: କନ୍ଧମାଳର ଚକାପାଦ ବ୍ଲକ ଅନ୍ତର୍ଗତ ଚାହାଳି ଜଙ୍ଗଲରେ ସୁରକ୍ଷା ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିାଲେ । ୧୫/୨୦ ଜଣ ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ ଏସଓଜି ଓ ଡିଭିଏଫ ମିଳିତ ଭାବେ କମ୍ବିଂଙ୍କୁ ଜୋରଦାର କରିଥିଲେ । ଯବାନଙ୍କୁ ମୁକାବିଲା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଚନ୍ତି । ତେବେ ବଦଲା ନେବାକୁ ମାଓବାଦୀ ଜଙ୍ଗଲ ଭିତରେ ଚକ୍କର କାଟୁଥିବା ବିଶେଷ ସୂତ୍ରରୁ ଜଣାଯାଇଛି । ଏସଓଜି-ଡିଭିଏଫ ପକ୍ଷରୁ ମିଳିତ କମ୍ବିଂ ଅପରେସନ ସମୟରେ ମାଓବାଦୀମାନେ ପୁଲିସ ଉପରକୁ ଗୁଳି ଚାଳନା କରିବା ସହିତ ଗ୍ରେନେଡ ମାଡ କରିଥିଲେ । ସୁରକ୍ଷା ଯବାନେ ଏଥିରୁ ନିବୃତ ହେବା ପାଇଁ ମାଓବାଦୀଙ୍କୁ ଆହ୍ୱାନ ଜଣାଇଥିଲେ । ହେଲେ ସେମାନେ କିଛି ନ ଶୁଣିବାରୁ ଯବାନଙ୍କ ପକ୍ଷରୁ ପାଲଟା ଗୁଳିମାଡ ହୋଇଥିଲା । ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଫଳରେ ଭୟରେ ମାଓବାଦୀ କ୍ୟାମ୍ପ ଛାଡ଼ି ପଳାୟନ କରିଥିଲେ । ପରେ ପୁଲିସ ବାହିନୀ ବିଶାଳ ମାଓକ୍ୟାମ୍ପ ଠାବ କରିଥିଲା । ସେଠାରୁ ୨ଟି ଗ୍ରେନେଡ, ଔଷଧ, ମାଗାଜିନ ସହିତ ବିପୁଳ ପରିମାଣର ମାଓ ସାମଗ୍ରୀ, ପୁସ୍ତିକା ଓ ନିତ୍ୟ ବ୍ୟବହୃତ ଜିନିଷପତ୍ର ଜବତ କରିଥିବା ଏସପି ଭିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମଳିନୀରେ ସୂଚନା ଦେଇଛନ୍ତି ।