ଏମିତି ଏକ ବିବାହ ହୋଇଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଏମିତି ଏକ ବିବାହ ହୋଇଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଏମିତି ଏକ ବିବାହ ହୋଇଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ବସ୍ତର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଜଣେ ବ୍ୟକ୍ତି ଗୋଟିଏ ଦିନରେ ଏବଂ ଗୋଟିଏ ମଣ୍ଡପରେ ୨ ଜଣ ବାନ୍ଧବୀଙ୍କୁ ବିବାହ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସମାଜ ପାଇଁ ଏହି ବିବାହ ଅତି ଅସାଧାରଣ କିନ୍ତୁ ଉଭୟ ବର ଏବଂ ଦୁଇ କନ୍ୟା ଏଥିରେ ଖୁବ ଖୁସି ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ବସ୍ତର ଜିଲ୍ଲାର ଟିକାରା ଲୋହଙ୍ଗା ଗ୍ରାମର ଚନ୍ଦୁ ମୌର୍ଯ୍ୟ ନାମକ ଜଣେ ଯୁବକଙ୍କୁ ହସିନା ଏବଂ ସୁନ୍ଦରୀ ନାମକ ଦୁଇ ଜଣ ଝିଅ ପ୍ରେମ କରୁଥିଲେ । ଚନ୍ଦୁ ମଧ୍ୟ ଉଭୟଙ୍କ ସହ ଠିକ ତାଳମେଳ ରଖି ଚଳୁଥିଲେ । ଶେଷରେ ଚନ୍ଦୁ ୨ ଜଣଙ୍କୁ ଗୋଟିଏ ଦିନରେ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଚନ୍ଦୁ ଗ୍ରାମବାସୀଙ୍କ ସମ୍ମତିକ୍ରମେ ସର୍ବ ସମ୍ମୁଖରେ ଗୋଟିଏ ମଣ୍ଡପରେ ୨ ଜଣଙ୍କୁ ବିବାହ କରିଥିଲେ । ଚନ୍ଦୁ କହିଛନ୍ତି ତାଙ୍କ ଜଣେ ପତ୍ନୀଙ୍କ ପରିବାର ସଦସ୍ୟ ଏହି ବିବାହକୁ ବିରୋଧ କରିଥିଲେ ଏବଂ ସେମାନେ ବିବାହକୁ ଆସିନଥିଲେ । ସମସ୍ତ ଗ୍ରାମବାସୀ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । କେହି ଜଣେ ବି ଏହାକୁ ବିରୋଧ କରିନଥିଲେ । ହସିନାଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ସୁନ୍ଦରୀଙ୍କ ବୟସ ୨୧ ବର୍ଷ । ଉଭୟ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି । ସେମାନଙ୍କ ବିବାହର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବସ୍ତର ଜିଲ୍ଲାରେ ମଧ୍ୟ ଏଭଳି ବିବାହ ପ୍ରଥମ । ତେବେ ହିନ୍ଦୁ ବିବାହ ଅନୁସାରେ ଏଭଳି ବିବାହ ଅପରାଧ ହୋଇଥିଲେ ସୁଦ୍ଧା ଏହାକୁ ନେଇ କୌଣସି ମାମଲା ରୁଜୁ ହୋଇନାହିଁ ।