ମୃତୁ୍ୟ ଦଣ୍ଡ ଭୟରେ ଜୀବନ ବି ବଂଚାଇଲେନି, ଜାଣନ୍ତୁ ପ୍ରକୃତ ରହସ୍ୟ

ମୃତୁ୍ୟ ଦଣ୍ଡ ଭୟରେ ଜୀବନ ବି ବଂଚାଇଲେନି, ଜାଣନ୍ତୁ ପ୍ରକୃତ ରହସ୍ୟ

ମୃତୁ୍ୟ ଦଣ୍ଡ ଭୟରେ ଜୀବନ ବି ବଂଚାଇଲେନି, ଜାଣନ୍ତୁ ପ୍ରକୃତ ରହସ୍ୟ
୧୮୮୦ ର ଘଟଣା, ସେତେବେଳେ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ରରେ ରାଜାରାଜୁଡା ଶାସନ ଚାଲିଥାଏ । ରାଜପରିବାର ସମସ୍ତ ନିୟମକୁ ଭୃତ୍ୟମାନେ ପାଳିବା କଡ଼ା ନିୟମ, ନଚେତ ସେମାନଙ୍କୁ କଠୋର ଦଣ୍ଡ ମିଳିବ । ଥାଇଲାଣ୍ଡର ସିଆମ ରାଜାଘରର ଏକ ଘଟଣା, ଯୁବରାଣୀ ସୁନନ୍ଦା କୁମାରୀରତ୍ନ ୧୮ ବର୍ଷ ବୟସରେ ଯୁବରାଜ ଚୁଲାଲୋଙ୍ଗକର୍ଣ୍ଣଙ୍କୁ ବିବାହ କରିଥିଲେ । ବିବାହ ବର୍ଷକ ପରେ ଦୁହେଁ କନ୍ୟାସନ୍ତାନର ବାପା ମା ହେଲେ, ରାଜ ପରିବାରରେ ସମସ୍ତେ ଏଇ ନୂତନ ଅତିଥିର ସ୍ୱାଗତ ବେଶ ଆଡମ୍ବରରେ କଲେ । ରାଜକୁମାରୀଙ୍କୁ ୬ ମାସ ହେବା ପରେ ଯୁବରାଣୀ ପ୍ରତ୍ୟେକ ରାଜକାର୍ଯ୍ୟରେ ଯୋଗ ଦେବା ଆରମ୍ଭ କଲେ । ଥରେ ଯୁବରାଣୀଙ୍କୁ କୌଣସି ଏକ କାମ ପାଇଁ ନଦୀ ପାର ହୋଇ ଅନ୍ୟ ସହରକୁ ଯିବାକୁ ହେଲା । ସାଥୀରେ ତାଙ୍କ ବର୍ଷକର ଝିଅ ଦାସଦାସୀ ୬ ଜଣ ଯାତ୍ରା କଲେ । ଯୁବରାଣୀ ସୁନନ୍ଦା ସେଇ ସମୟରେ ଦ୍ୱିତୀୟଥର ଗର୍ଭବତୀ ଥାଆନ୍ତି । ନଦୀ ପାର ହେଉଥିବା ସମୟରେ ସେ ନୌକା ଦୁର୍ଘଟଣାଗ୍ରସ୍ତ ହେଲା । କୁନି ଝିଅକୁ କୋଳରେ ଧରି ଯୁବରାଣୀ ସାହାଯ୍ୟ ପାଇଁ ବିକଳରେ ଚିିକ୍ରାର କରୁଥାନ୍ତି, ହେଲେ କେହି ତାଙ୍କ ପାଖକୁ ଆସୁନାହାନ୍ତି । ସିଆମ ପରିବାରର ନିୟମ ଅନୁସାରେ ଯୁବରାଣୀଙ୍କୁ କେହି ସ୍ପର୍ଶ କରିବେ ନାହିଁ । ସ୍ପର୍ଶ କଲେ ମୃତୁ୍ୟଦଣ୍ଡ । ଯୁବରାଣୀ ପହଁରା ମଧ୍ୟ ଜାଣି ନଥିଲେ । ସାହାଯ୍ୟ ପାଇଁ ବିକଳ ହୋଇ ଶେଷରେ ସେ ତାଙ୍କ କୁନି ଝିଅ ପାଣିରେ ବୁଡ଼ି ପ୍ରାଣ ହରାଇଲେ । ଘଟଣାଟି ପରେ ଲୋକଲୋଚନକୁ ଆସିଥିଲା । କିନ୍ତୁ ରାଜାଘରର ସଦସ୍ୟ କଥା ଲୁଚାଇବାକୁ ଉଦ୍ୟମ କରିଥିଲେ । ଏବେ ମଧ୍ୟ ସଂକ୍ରାନ୍ତରେ ରାଜପରିବାରର ଉତ୍ତର ପିଢ଼ି କୌଣସି ମନ୍ତବ୍ୟ ଦେବାକୁ ଉଚିତ ମଣିନଥାନ୍ତି । ଏଇ ନୌକା ଯାତ୍ରାରେ ଥିବା ଭୃତ୍ୟମାନେ ହିଁ ଯୁବରାଣୀଙ୍କ ଅଙ୍ଗେନିଭା କଥାକୁ ପରେ ଅନ୍ୟମାନଙ୍କୁ କହିଥିଲେ ।