ମାଙ୍କଡ଼ ଆକ୍ରମଣ ଭୟରେ ଛାତରୁ ପଡ଼ି ଜଣେ ବୃଦ୍ଧଙ୍କ ମୃତୁ୍ୟ

ମାଙ୍କଡ଼ ଆକ୍ରମଣ ଭୟରେ ଛାତରୁ ପଡ଼ି ଜଣେ ବୃଦ୍ଧଙ୍କ ମୃତୁ୍ୟ

ମାଙ୍କଡ଼ ଆକ୍ରମଣ ଭୟରେ ଛାତରୁ ପଡ଼ି ଜଣେ ବୃଦ୍ଧଙ୍କ ମୃତୁ୍ୟ
ବାଲିପାଟଣା : ମାଙ୍କଡ଼ ଆକ୍ରମଣ ଭୟରେ ଛାତରୁ ପଡ଼ି ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଛି । ବାଲିପାଟଣା ବ୍ଲକ ଆମେଣାକୁଦ ପଞ୍ଚାୟତର ପଇଡପାଟଣା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ, ପଞ୍ଜୁ ସାହୁ (୬୭) । ସୂଚନା ଅନୁସାରେ ପଞ୍ଜୁ ଦିନ ପ୍ରାୟ ୧୧ଟାରେ ଛାତ ଉପରେ ଖରା ପୋଉଁଥିଲା ବେଳେ ଘରକୁ ଲାଗି ରହିଥିବା ଚାକୁଣ୍ଡା ଗଛରୁ ଗୋଟିଏ ମାଙ୍କଡ଼ ଛାତ ଉପରକୁ ଡେଇଁଥିଲା । ମାଙ୍କଡ଼ଟି ପଞ୍ଚୁଙ୍କ ଆଡ଼କୁ ମାଡି ଆସିବାରୁ ସେ ଭୟଭୀତ ହୋଇ ତଳକୁ ଡେଇଁ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ତେଣୁ ତାକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଦିନ ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।