ଏସଆଇଟି ପାଖରେ ଯଥେଷ୍ଟ ପ୍ରମାଣ ରହିଛି: ଅରୁଣ ବୋଥ୍ରା

ଏସଆଇଟି ପାଖରେ ଯଥେଷ୍ଟ ପ୍ରମାଣ ରହିଛି: ଅରୁଣ ବୋଥ୍ରା

ଏସଆଇଟି ପାଖରେ ଯଥେଷ୍ଟ ପ୍ରମାଣ ରହିଛି: ଅରୁଣ ବୋଥ୍ରା
ନୟାଗଡ : ପରୀ ହତ୍ୟା ମାମଲାରେ ଏସଆଇଟି ଜୋରଦାର ଖୋଳତାଡ଼ ଜାରି ରଖିଛି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି, ଯାହାଙ୍କୁ ଗିରଫ କରିଛୁ, ତାଙ୍କ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ସଂଗ୍ରହ କରିଛୁ। ଗତ ୧୦ ଦିନ ହେଲା ଲଗାତାର ଆମେ ଅଭିଯୁକ୍ତଙ୍କୁ ପଚରାଉଚରା କରିଛୁ। ଦୁଷ୍କର୍ମ ଯୋଗୁଁ ଘଟଣା ଘଟିଥିବା ତଦନ୍ତରୁ ଜାଣିବାକୁ ପାଇଲୁ। ଏନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ତାଙ୍କୁ କିଏ ସାହାଯ୍ୟ କରିଛନ୍ତି କି ନାହିଁ ତାର ତଦନ୍ତ ଏବେ ଚାଲୁ ରହିଛି। ସୂଚନାଯୋଗ୍ୟ ଯେ, ପରୀ ଦୁଷ୍କର୍ମ ଓ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଆଇଟି। ପରୀ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ଏସ୍‌ଆଇଟିର ଦୁଇ ଜଣିଆ ଟିମ୍‌ ଯଦୁପୁର ଗାଁରେ ପହଞ୍ଚିଥିବାବେଳେ ଗ୍ରାମ ସଭାପତିଙ୍କ ସହ ଆଲୋଚନା କରିଥିଲେ ଓ ପ୍ରମାଣ ଦେଖାଇବାକୁ ସମୟ ମାଗିଛନ୍ତି । ତେବେ ହତ୍ୟାକାରୀ ଜଣେ ନାବାଳକ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ନାବାଳକର ପରିବାର ସହ ଆଲୋଚନା କରାଯାଇଛି। ନୟାଗଡ଼ ଯଦୁପୁର ଗାଁରୁ ଅଭିଯୁକ୍ତକୁ ଗିରଫ କରାଯାଇଛି।