SI ପରୀକ୍ଷା ଘୋଟାଲା ପୁଣି ୪ ଗିରଫ
ପୋଲିସ ଏସ.ଆଇ ପରୀକ୍ଷା ରେ ହୋଇଥିବା କେଳେଙ୍କାରୀ ରେ ଆଉ ଚାରି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସେମାନେ ହେଉଛନ୍ତି ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା,ସୌମ୍ୟା ପ୍ରିୟଦର୍ଶିନୀ ସାମଲ ଓ ଅଭିମନ୍ୟୁ ଦୋରା। ଏହି ଚାରି ଜଣଙ୍କୁ ମିଶାଇ ଗିରଫଦାରୀ ସଂଖ୍ଯା 121 ରେ ପହଂଚିଛି।

ଏମାନଙ୍କୁ ପୋଲିସ ଦଶପଲ୍ଲାରେ ଲୁଚିଥିବା ଅବସ୍ଥାରେ ଧରିଛି। ଏ ନେଇ କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ଯେ ବିଜୟୱାଡା ଭଳି ଦିଘାରେ ମଧ୍ଯ ପରୀକ୍ଷା ଦେବାକୁ 110 ଜଣ ଆଶାୟୀ ଯାଇଥାନ୍ତେ। ଏହି ସିଣ୍ଡିକେଟ ବା କ୍ୟାମ୍ପ କଥା ଅରବିନ୍ଦ ଦାସ ବୁଝୁଥିଲା। ତେବେ 29 ରେ ଆନ୍ଧ୍ରପ୍ରଦେଶ କୁ ତିନୋଟି ବସରେ ଯାଉଥିବା 114 ଜଣ ଆଶାୟୀ ଗିରଫ ହେବା ପରେ ଦିଘା ଆଶାୟୀ ଆତ୍ମଗୋପନ କଲେ। ଏବେ ସେମାନଙ୍କ ବିଷୟରେ ତଦନ୍ତ ଚାଲିଛି।ଅନ୍ୟ ପକ୍ଷରେ ଡିଜି କହିଛନ୍ତି ଏବେ ମୁଖ୍ଯ ଅଭିଯୁକ୍ତ ଶଙ୍କର ପୃଷ୍ଟି ତିନୋଟି ଠିକଣା ପରିବର୍ତ୍ତନ କରି ସାରିଲାଣି। ତାକୁ ଧରିବା ପାଇଁ ଓ ତଦନ୍ତ କୁ ଆହୁରି ଶାଣିତ କରିବାକୁ ଡିଆଇଜି ବି.ଗଙ୍ଗାଧର ଙ୍କ ନେତୃତ୍ବ ରେ ଛଅରୁ ସାତଟି ଟିମ ଗଠିତ ହୋଇ 30 ରୁ 40 ଅଧିକାରୀ ଲାଗିଛନ୍ତି। ଘଟଣାରେ 110 ଟି ମୋବାଇଲ ଜବତ ହୋଇଛି। ଏହାକୁ ପରୀକ୍ଷା ନିରୀକ୍ଷା ପାଇଁ ଫୋରେନସିକ ଲାବକୁ ପଠାଯାଇଛି। ମୁନା ମହାନ୍ତି ବ୍ୟବହାର କରୁଥିବା ଗୋଟିଏ ସ୍କର୍ପିଓ ସହ ଦୁଇଟି ଗାଡି ଜବତ କରିଛି କ୍ରାଇମବ୍ରାଞ୍ଚ। ସେପଟେ ସୌମ୍ୟା ପ୍ରିୟଦର୍ଶନୀ ଆଶାୟୀ ମାନଙ୍କୁ ପ୍ରଥମରୁ ଯୋଗାଯୋଗ କରି କେଳାଙ୍କାରୀରେ ଯୋଡିଥିବା ରୁ ତାକୁ ପୋଲିସ ଗିରଫ କରିଛି। ଆଗକୁ ଏ ନେଇ ଗିରଫଦାରୀ ବଢିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।




Jagannath Nayak 