ଏନ୍‌ଡିଟିଭି ଛାଡ଼ିଲେ ରବିଶ କୁମାର

ଏନ୍‌ଡିଟିଭି ଛାଡ଼ିଲେ ରବିଶ କୁମାର

ଏନ୍‌ଡିଟିଭି ଛାଡ଼ିଲେ ରବିଶ କୁମାର

ନୂଆଦିଲ୍ଲୀ: ଜାତୀୟସ୍ତରର ଗଣମାଧ୍ୟମ ଏନଡିଟିଭି ଛାଡ଼ିଲେ ଜଣାଶୁଣା ତଥା ପ୍ରତିଷ୍ଠିତ ସାମ୍ବାଦିକ ରବିଶ କୁମାର। ଚାନେଲର ପ୍ରତିଷ୍ଠାତା ତଥା ପ୍ରମୋଟର ପ୍ରଣୟ ରୟ ଏବଂ ରାଧିକା ରୟ ଆରଆରପିଆର ହୋଲଡିଂ ପ୍ରାଇଭେଟ ଲିମିଟେଡ୍ (ଆରଆରପିଏଚ) ବୋର୍ଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ବରିଷ୍ଠ ସାମ୍ବାଦିକ ରବିଶ କୁମାର ବୁଧବାର ଏହି ଚାନେଲରୁ ଇସ୍ତ‍ଫା ଦେଇଛନ୍ତି। ଏନେଇ ରବିଶ କୁମାର ଏକ ମେଲ ମାଧ୍ୟମରେ ଚାନେଲ କର୍ତ୍ତୃପକ୍ଷଙ୍କୁ ଇସ୍ତଫାପତ୍ର ପଠାଇଥିବା ବେଳେ ଏହାକୁ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। 

ସାମ୍ବାଦିକ ଜଗତର ଜଣାଶୁଣା ଚେହେରା ରବିଶ କୁମାର ନିଜ ପାରଦର୍ଶିତା ବଳରେ ଅନେକ ସମ୍ମାନଜନକ ପୁରସ୍କାର ପାଇଛନ୍ତି। ସେଥିରେ କିଛି ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପୁରସ୍କାର ରହିଛି। ଦଶନ୍ଧି ଧରି ରବିଶ କୁମାର ଏନଡିଟିଭିର ଜଣେ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଯୋଡ଼ି ହୋଇଥିଲେ । ତାଙ୍କର ରାତି ୯ଟାରେ ପ୍ରାଇମଟାଇମ ଶୋ’ ବେଶ ପ୍ରଭାବଶାଳୀ ଓ ଲୋକପ୍ରିୟ ଥିଲା। ଚାନେଲ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ରମଣ ମ୍ୟାଗସେସେ ପୁରସ୍କାର ପ୍ରାପ୍ତ ରବିଶ କୁମାର  ହମ୍ ଲୋଗ, ରବିଶ୍ କି ରିପୋର୍ଟ, ଦେଶ କି ବାତ୍‌ ଏବଂ ପ୍ରାଇମ୍ ଟାଇମ୍ ସହିତ ଅନେକ କାର୍ୟ୍ୟକ୍ରମ କରିଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ରାମନାଥ ଗୋଏଙ୍କା ପୁରସ୍କାର ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି।