ଏଥର ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା

ଏଥର ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା

ଏଥର ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ । କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ସେହିପରି ପୂର୍ବରୁ ଅଢେ଼ଇ ଘଂଟାର ପରୀକ୍ଷା ହେଉଥିବାବେଳେ ଏଥର କିନ୍ତୁ ୨ ଘଂଟାର ପରୀକ୍ଷା ହେବ । ଅପରପକ୍ଷରେ ଚଳିତ ବର୍ଷ ୮୦ ମାର୍କ ପାଇଁ ପରୀକ୍ଷା କରାଯିବ ବୋଲି ପୂର୍ବରୁ ବୋଡର଼୍ ପକ୍ଷରୁ ଘୋଷଣା କରାଯାଇଥିଲା । ସୂଚାନାଯୋଗ୍ୟଯେ, ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗତକାଲି ଏକ ବଡ଼ ଖବର ସାମନାକୁ ଆସିଥିଲା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁୁ ‘ପରୀକ୍ଷା ଦର୍ପଣ’ ନାମକ ଏକ ବହି ପ୍ରଦାନ କରାଯିବ । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ‘ପରୀକ୍ଷା ଦର୍ପଣ’ ବହି ପ୍ରସ୍ତୁତ କରାଯାଇଛି । ମାଟ୍ରିକ ପରୀକ୍ଷା ଦେବାକୁ ଥିବା ମୋଟ ୬ ଲକ୍ଷ ୨୦ ହଜାର ପିଲାଙ୍କୁ ଏହି ବହି ମିଳିବ । ତେବେ ଏହି ବହି ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ଅର୍ଥ ଆଦାୟ କରାଯିବ ନାହିଁ । ଏହାକୁ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ପରୀକ୍ଷା ଦର୍ପଣ ବହି ୭୦୦ ପୃଷ୍ଠାର ହୋଇଥିବା ମନ୍ତ୍ରୀ ଶ୍ରୀ ଦାସଙ୍କ ଠାରୁ ପ୍ରକାଶ ।