ବାଇଡେନଙ୍କ ଅଭିଭାଷଣ ଜଣେ ଭାରତୀୟ ଲେଖିଥିଲେ

ବାଇଡେନଙ୍କ ଅଭିଭାଷଣ ଜଣେ ଭାରତୀୟ ଲେଖିଥିଲେ

ବାଇଡେନଙ୍କ ଅଭିଭାଷଣ ଜଣେ ଭାରତୀୟ ଲେଖିଥିଲେ
ୱାସିଂଟନ : ଆମେରିକାରେ ଟ୍ରମ୍ଫଙ୍କ ଶାସନର ଅବସାନ ଘଟିଛି । ସେଠାରେ ଏବେ ବାଇଡେନଙ୍କ ଶାସନ ଆରମ୍ଭ ହୋଇଛନ୍ତି । ତେବେ ବାଇଡେ଼ନ ଦାୟିତ୍ୱ ଗ୍ରହଣ କରିବା ପରେ ଯେଉଁ ଅଭିଭାଷଣ ଦେଇଥିଲେ ତାହା ଜଣେ ଭାରତୀୟ ହିଁ ଲେଖିଛନ୍ତି । ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିବା ଏହି ଭାରତୀୟଙ୍କ ନାମ ହେଉଛି ବିନୟ ରେଡ଼ି । ଭାଷଣ ମାଧ୍ୟମରେ ବାଇଡେ଼ନ ନିଜ ପ୍ରଶାସନ ପାଇଁ ଧାର୍ଯ୍ୟ କରିଥିବା ଲକ୍ଷ୍ୟଗୁଡ଼ିକୁ ଅବତାଣଣା କରିବାରେ ତେଲେଙ୍ଗାନା ଜନ୍ମିତ ଲେଖନୀର ଅବଦାନ ହିଁ ଆଲୋଚ୍ୟର ବିଷୟ ପାଲଟିଛି । ବାଇଡେ଼ନଙ୍କ ପ୍ରଥମ ଭାଷଣ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବାବେଳେ ନୂଆ ଆଶା ସଂଚାର କରିଛି । ଭାରତୀୟ ବଂଶୋଦ୍ଭବ କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ହୋଇଥିବାବେଳେ ଏଜେ ଜଣେ ଭାରତୀୟ ବାଇଡେ଼ନଙ୍କ ବିଶ୍ୱାସ ପାତ୍ର ହୋଇଥିବାରୁ ଆମେରିକା-ଭାରତ ସମ୍ପର୍କ ବେଶ ମଜବୁତ ହେବବୋଲି ଆଶା କରାଯାଉଛି ।