ଏଥର ଅଣ୍ଡାମାଡ଼ ହେଲା ରାଜସ୍ବମନ୍ତ୍ରୀଙ୍କ କାରକେଡ଼କୁ

ଏଥର ଅଣ୍ଡାମାଡ଼ ହେଲା ରାଜସ୍ବମନ୍ତ୍ରୀଙ୍କ କାରକେଡ଼କୁ

ଏଥର ଅଣ୍ଡାମାଡ଼ ହେଲା ରାଜସ୍ବମନ୍ତ୍ରୀଙ୍କ କାରକେଡ଼କୁ

କେନ୍ଦୁଝର: ମମିତା ହତ୍ୟାକାଣ୍ଡକୁ ମାସେ ପୂରିଥିଲେ ମଧ୍ୟ ଏଯାଏ ଥମିନି ଝଡ । ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀଙ୍କ ପକ୍ଷରୁ ନରାବାଜି କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ସହ ଶାସକ ଦଳର କିଛି ନେତାଙ୍କ ଉପରକୁ ଅଣ୍ଡାମାଡ ସହ କଳାପତକା ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ କରାଯାଉଛି । 

ତେବେ ଆଜି ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ସଂସ୍କୃତି ଭବନ ଯାଉଥିବାବେଳେ ତାଙ୍କ କାରକେଡକୁ କାଶିପୁର ଟାଉନ ଥାନା ନିକଟରେ ଆଣ୍ଡାମାଡ ହୋଇଛି । 

ମମିତା ମେହେର ହତ୍ୟାମାମଲାରେ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିବା ସହ  ଘଟଣାର ସିବିଆଇ ତଦନ୍ତ ଦାବି କରି ବିଜେିପି ଯୁବ ମୋର୍ଚ୍ଚା ପକ୍ଷରୁ ଏହି ଅଣ୍ଡାମାଡ କରାଯାଇଛି । ଏଥିପାଇଁ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସ ଥାନରେ ଅଟକ ରଖିଛି ।