ଗିରଫ ହେବେ କି ସପନା ଚୌଧୁରୀ
ଗିରଫ ହେବେ କି ସପନା ଚୌଧୁରୀ
ଚଣ୍ଡିଗଡ: ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ଓ ଗାୟିକା ସପନା ଚୌଧୁରୀଙ୍କ ନାଁରେ ଠକେଇ ମାମଲା। ତାଙ୍କ ନାମରେ ଏକ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି ହୋଇଛି । ଖୁବ ଶୀଘ୍ର କୋର୍ଟରେ ହାଜର ହେବେ ସପନା ।
ସୂଚନାଅନୁସାରେ, ୩ ବର୍ଷ ପୂର୍ବେ ଅର୍ଥାତ ୨୦୧୮ ଅକ୍ଟୋବର ୧୪ରେ ଆଶିୟାନା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା । ଅକ୍ଟୋବର ୧୩ରେ ସ୍ମୃତି ଉପବନରେ ଏକ ଇଭେଣ୍ଟରେ ସପନାଙ୍କୁ ଯୋଗ ଦେବାର କାର୍ୟ୍ୟକ୍ରମ ରହିଥିଲା । ରାତି ୧୦ଟା ବାଜିଥିଲେ ହେଲେ ସପନାଙ୍କ ଦେଖା ନଥିଲା । ଇଭେଣ୍ଟରେ ସପନା ପହଞ୍ଚିନଥିଲେ । ଏହାପରେ ସେଠାରେ ଲୋକମାନେ ହଙ୍ଗାମା କରିଥିଲେ । ଫଳରେ କାର୍ୟ୍ୟକ୍ରମକୁ ବନ୍ଦ କରାଯାଇଥିଲା । ଟିକେଟ ପଇସା ଫେରସ୍ତ କରିବାକୁ ଦାବି ହୋଇଥିଲା। ଜଣକ ପିଛା ୩୦୦ ଟଙ୍କା ଲେଖାଏଁ ଦେଇ ଟିକେଟ୍ କରିଥିଲେ । ଲୋକଙ୍କୁ ଟଙ୍କା ଫେରସ୍ତ ନ କରିବାରୁ କୋର୍ଟ ସପନାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଏ ନେଇ ମାମଲା ଦାୟର ହେବା ପରେ ସପନା ଚୌଧୁରୀ ମାମଲାକୁ ଶେଷ କରିବାକୁ ଚାହିଁଥିଲେ । ହେଲେ ତାଙ୍କ ଆବେଦନକୁ କୋର୍ଟ ପୂର୍ବରୁ ଖାରଜ କରିସାରିଛନ୍ତି । ତାଙ୍କ ନାମରେ ଗିରଫ ୱାରେଣ୍ଟ ଜାରି ହୋଇଛି । କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨୨ତାରିଖ ସ୍ଥିର କରିଛନ୍ତି ।




admin 