ଏଣିକି ବିବାହ କାର୍ଯ୍ୟରେ ୨୫ ଜଣଙ୍କୁ ଅନୁମତି

ଏଣିକି ବିବାହ କାର୍ଯ୍ୟରେ ୨୫ ଜଣଙ୍କୁ ଅନୁମତି

ଏଣିକି ବିବାହ କାର୍ଯ୍ୟରେ ୨୫ ଜଣଙ୍କୁ ଅନୁମତି
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ସାମାନାକୁ ଆସିଲା ବଡ ଖବର । ତାହା ହେଲା ଓଡିଶାରେ ଜୁନ୍ ୧ ଯାଏଁ ଲକଡାଉନ ବଢିଲା । ରାଜ୍ୟରେ ଲକଡାଉନ ଅବଧି ବଢାଇଲେ ରାଜ୍ୟ ସରକାର । ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢିଛି । ଜୁନ ୧ ତାରିଖ ସକାଳ ୫ଟା ଯାଏ ଲକଡାଉନ ବଳବତର ରହିବ । ଲକଡାଉନ ସହ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମିଲା । ଏଣିକି ଦୈନିକ ୬ ଘଂଟା ବଦଳରେ ୪ ଘଂଟାକୁ ଖସିଲା କୋହଳ ସମୟ । ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ପରିବାପତ୍ର କରିବାକୁ କୁହାଯାଇଛି । ଲୋକେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିପାରିବେ । ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ମଧ୍ୟ କଟକଣା ବଢିଲା । ବାହାଘରରେ ଏଣିକି ୫୦ ବଦଳରେ ସର୍ବାଧୀକ ୨୫ ଜଣଙ୍କୁ ନେଇ ବିବାହ ହେବ । ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟରେ ଭୋଜିଭାତ ସଂପୂର୍ଣ୍ଣ ମନା କରାଯାଇଛି । ପ୍ରକାଶ ଯେ, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ ରଖି ଲକଡାଉନ ଅବଧିକୁ ଜୁନ ପହିଲା ଯାଏଁ ବୃଦ୍ଧି କରାଯାଇଛି । ରାଜ୍ୟରେ ଦୈନିକ ସଂକ୍ରମଣ ହାର ୧ହ ହଜାର ଟପି ଚାଲିଛି । ସଂକ୍ରମଣ ଚେନକୁ ରୋକିବା ପାଇଁ ପୁଣି ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଯାହା ଆଶା କରାଯାଉଥିଲା ସେହା ହିଁ ହେଲା । ଲକଡାଉନ ଅତି କମରେ ଦୁଇ ସପ୍ତାହ ବୃଦ୍ଧି କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇ ଆସୁଥିଲେ । କହିଁକି ନା ଦୈନିକ ୧୦ ହଜାର ସଂକ୍ରମଣ ଏକ ଛୋଟିଆ ପରିସଂଖ୍ୟାନ ନୁହେଁ । ତେଣୁ ଅତି କମରେ ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ ପାଇଁ ସରକାର ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆଶାବ୍ୟକ୍ତ କରାଯାଉଥିଲା । ସୂଚନା ଯୋଗ୍ୟ ଯେ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦଳୀୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଘରକୁ ଘର ବୁଲି ସର୍ଭେ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।