ଏଟିଏମ୍ କାଟି ମୁଖାପିନ୍ଧା ଲୁଟେରା ନେଇଗଲେ ୧୭ ଲକ୍ଷ ଟଙ୍କା
ଏଟିଏମ୍ କାଟି ମୁଖାପିନ୍ଧା ଲୁଟେରା ନେଇଗଲେ ୧୭ ଲକ୍ଷ ଟଙ୍କା
ଭୁବନେଶ୍ବର: ରାଜଧାନୀରେ ଅପରାଧ ଉପରେ ଲାଗି ପାରୁନ ରୋକ। ଦିନ ଦ୍ବିପହରରେ ଲୁଟ୍ପାଟ କରିବାକୁ ପଛାଉ ନାହାନ୍ତି ଦୁର୍ବୃତ୍ତ। ରାଜଧାନୀ ଉପକଣ୍ଠ ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ ଥିବା ଏକ ଏସବିଆଇ ଏଟିଏମକୁ କାଟି ନେଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଘଟଣା ରାଜଧାନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି।
ସୋମବାର ବିଳମ୍ବିତ ରାତିରେ ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ ଥିବା ଏସବିଆଇ ଏଟିଏମକୁ କାଟି ନେଇ ଦୁର୍ବୃତ୍ତମାନେ ସେଥିରେ ଥିବା ୧୭ ଲକ୍ଷ ୧୪ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଏଟିଏମର ଓଜନ ପାଖାପାଖି ୩ କ୍ୱିଣ୍ଟାଲ ହେବ। ଲୁଟ୍ ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏଥିରୁ ଜଣାଯାଇଛି ଯେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏଟିଏମକୁ ଟାଣି ଟାଣି ନେଉଛନ୍ତି। ଏହା ପରେ ଏଟିଏମ୍ ଭିତରେ ଥିବା ସିସିଟିଭିକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବାର ସୂଚନା ରହିଛି।




admin 