ଏଇ ୭ ଜିଲ୍ଲାକୁ ବିପଦ

ଏଇ ୭ ଜିଲ୍ଲାକୁ ବିପଦ

ଏଇ ୭ ଜିଲ୍ଲାକୁ ବିପଦ


ଲଗାଣ ବର୍ଷା, ଭୂସ୍ଖଳନ, ବନ୍ୟା ଡର

ଭୁବନେଶ୍ୱର: ବାତ୍ୟାର ସିଧା ପ୍ରକୋପ ଓଡ଼ିଶାରେ ପଡ଼ିନପାରେ । ଏହା ଆନ୍ଧ୍ରରେ ମାଡ଼ ହେବ । ତଥାପି ଓଡ଼ିଶାର ୭ ଜିଲ୍ଲାକୁ ଏହା ପ୍ରଭାବିତ କରିବ । ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି ଏହି ସବୁ ଜିଲ୍ଲାରେ । ଜିଲ୍ଲାଗୁଡ଼ିକ ହେଲା-ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର କେତେକ ନଦୀରେ ବନ୍ୟା ଆସିପାରେ । ଏହାସହ ତିତ୍ଲି ବାତ୍ୟାବେଳେ ଯେଉଁଭଳି ଭୂସ୍ଖଳନ ହୋଇଥିଲା, ସେଭଳି ଭୟ ବି ରହିଛି । ବିଶେଷ କରି ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ହୋଇପାରେ । 

  ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ଓଡ଼ିଶାରେ ବଡ଼ ପ୍ରଭାବ ପଡ଼ିବ ନାହିଁ । ଯେହେତୁ ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ଗୁଲାବ ଆନ୍ଧ୍ରର କଳିଙ୍ଗପାଟନମ ପାଖରେ ଉପକୂଳ ଛୁଇଁପାରେ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ମଧ୍ୟ ପ୍ରଭାବ ରହିବ । ଗଞ୍ଜାମ ଓ ଗଜପତିରେ ବେଶି ପ୍ରଭାବ ରହିବ । ୭୦-୮୦ କିମି ବେଗରେ ପବନ ବହିପାରେ । ପବନ ବେଗ ୯୦ କିମି ପର୍ଯ୍ୟନ୍ତ ଛୁଇଁପାରେ । 

  ଆଜିଠାରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ । ରବିବାର ଓ ସୋମବାର ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି । ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏମିତି ହେଲେ ନାଗାବଳୀ, ଋଷିକୂଲ୍ୟା ଓ ବଂଶାଧାରାରେ ବନ୍ୟା ଆସିପାରେ । ୭ ଜିଲ୍ଲାକୁ ଏସଆରସି ଆଲର୍ଟ କରିଛନ୍ତି । ସ୍ଥିତି ମୁକାବିଲା ପାଇଁ ୪୨ଟି ଓଡ୍ରାଫ ଟିମ୍, ୧୦୨ଟି ଅଗ୍ନିଶମ ଟିମ୍, ୨୪ଟି ଏନଡିଆରଏର ଟିମ୍ ମୁତୟନ କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।