ଋଣ ପ୍ରଦାନର ୭ ଦିନ ମଧ୍ୟରେ ପ୍ରକାଶ ପାଇବ ତାଲିକା
ଋଣ ପ୍ରଦାନର ୭ ଦିନ ମଧ୍ୟରେ ପ୍ରକାଶ ପାଇବ ତାଲିକା
admin
Oct 23, 2019 - 06:19
Updated: Oct 23, 2019 - 06:19
ଭୁବନେଶ୍ୱର : ଏଣିକି ଖରିଫ ଓ ରବି ଫସଲ ପାଇଁ ଋଣ ପ୍ରଦାନର ୭ ଦିନ ମଧ୍ୟରେ ଋଣ ନେଇଥିବା ଚାଷୀମାନଙ୍କର ତାଲିକା ସର୍ବସାଧାରଣରେ ପ୍ରକାଶ ପାଇବ । ଏ ନେଇ ଆଜି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମବାୟ ନିବନ୍ଧକ, ସମବାୟ ସମିତି ସମୂହ ସମସ୍ତ ଡିଭିଜନର ଡିଆରସିଏସ୍ ଏବଂ ସମସ୍ତ ସର୍କଲର ଏଆରସିଏସଙ୍କୁ ନିଦେ୍ର୍ଧଶନାମା ଜାରି କରିଛନ୍ତି । ପ୍ରାଥମିକ ସମବାୟ ସମିତି (ପ୍ୟାକ୍ସ) ଓ ବହୁମୁଖୀ ବୃହଦକାୟ ସମବାୟ ସମତି ( ଲ୍ୟାମ୍ପସ)ରୁ ଫସଲ ଋଣ ନେଇ ନ ଥିବା ଚାଷୀମାନଙ୍କ ନାମରେ ସମ୍ପୃକ୍ତ ସମବାୟ ସମିତି ଖାତାରେ ଋଣ ନେଇଥିବା ନେଇ ଅଭିଯୋଗ ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ମନ୍ତ୍ରୀଙ୍କ ନିଦେ୍ର୍ଧଶ ଅନୁଯାୟୀ, ଫସଲ ଋଣ ପ୍ରଦାନ କରୁଥିବା ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଋଣ ଗ୍ରହୀତାମାନଙ୍କର ତାଲିକା ପ୍ରସ୍ତୁତ କରିବେ । ତାଲିକାରେ ଉଭୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମବାୟ ସମିତିର ସଭାପତିଙ୍କର ଦସ୍ତଖତ ରହିବ । ଏହି ତାଲିକାକୁ ସମବାୟ ସମିତିର ନୋଟିସ ବୋଡର଼୍ରେ ଲଗାଯିବା ସହିତ ଏପରି ସ୍ଥାନରେ ପ୍ରଦର୍ଶିତ ହେବ ଯଦ୍ୱାରା ସାଧାରଣ ଲୋକେ ଏହାକୁ ଦେଖିବାର ସୁଯୋଗ ପାଇବେ । ତାଲିକାରେ ଗ୍ରାମର ନାମ, ଫସଲ ଋଣର ପରିମାଣ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ । ସମବାୟ ସମିତିର ସଭ୍ୟ ହୋଇଥିବା ଚାଷୀମାନେ ଏହି ତାଲିକା ଦେଖିପାରିବେ ଏବଂ ତାଲିକାରେ ଯଦି କୌଣସି ତ୍ରୁଟି ପାଆନ୍ତି ତେବେ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ନଜରକୁ ଆଣିଲେ ତ୍ରୁଟିର ସଂଶାଧନ କରାଯିବ । ଏଥିପାଇଁ ସମ୍ପୃକ୍ତ ଏଆରସିଏସ କିମ୍ବା ଡିଆରସିଏସ୍ ଏହି କାର୍ଯ୍ୟର ତଦାରଖ କରିବା ସହିତ ବିବାଦର ସମାଧାନ ଦିଗରେ ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ ଯୋଗାଇଦେବେ । ଏହି ତାଲିକାକୁ "ସକ୍ଷମ' ପୋର୍ଟାଲରେ ମଧ୍ୟ ଅପଲୋଡ଼ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏହାସହିତ ସମବାୟ ସମିତି ଦ୍ୱାରା ଏକ ରେଜିଷ୍ଟରରେ ଅଭିଯୋଗ ଓ ଏହାର ପ୍ରତିବିଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ଉଲ୍ଲେଖ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଦେ୍ର୍ଧଶ ଦେଇଛନ୍ତି ।