କ୍ରମାଗତ ତୃତୀୟ ଦିନ ପାଇଁ ତଳକୁ ଖସିଲା ସେନସେକ୍ସ

କ୍ରମାଗତ ତୃତୀୟ ଦିନ ପାଇଁ ତଳକୁ ଖସିଲା ସେନସେକ୍ସ

କ୍ରମାଗତ ତୃତୀୟ ଦିନ ପାଇଁ ତଳକୁ ଖସିଲା ସେନସେକ୍ସ
ମୁମ୍ବାଇ : କ୍ରମାଗତ ତୃତୀୟ ଦିନ ପାଇଁ ଭାରତୀୟ ସେୟାର ବଜାର ତଳକୁ ଖସିଛି । ସପ୍ତାହର ଅନ୍ତିମ ଟ୍ରେଡିଂ ଦିବସରେ ସେନସେକ୍ସ ୧୨୯ ପଏଣ୍ଟ ତଳକୁ ଖସିଥିବା ବେଳେ ନିôଫ୍ଟୀ ଏହି ସମୟରେ ୨୯ ପଏଣ୍ଟ ତଳୁଆ ରହିଛି । ସପ୍ତାହର ପ୍ରାରମ୍ଭରୁ ପ୍ରାୟ ୪୫୦ ପଏଣ୍ଟ ଉପରକୁ ଯାଇଥିବା ସେନସେକ୍ସ ଆଜି ତଳକୁ ଖସିଥିବା ବେଳେ ୩୭୬୦୭ ପଏଣ୍ଟରେ କାର୍ଯ୍ୟ ବନ୍ଦ ହୋଇଥିଲା । ଏହି ସମୟରେ ରିଲାଏନ୍ସ, ଏଚ୍ଡିଏଫ୍ସି , କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏସିଆନ୍ ପେଣ୍ଟସ୍ ଏବଂ ବଜାଜ ଅଟୋର ଅଂଶଧନ ମୂଲ୍ୟରେ ସର୍ବାଧିକ ହ୍ରାସ ଘଙ୍କିଛି । ତେବେ ସନ୍ ଫାର୍ମା, ଟିସିଏସ୍, ଇନ୍ଫୋସିସ୍ , ଏସ୍ବିଆଇ ଏବଂ ଆକ୍ସିସ୍ ବ୍ୟାଙ୍କ ଅଂଶଧନରେ ନିବେଶକ ଫାଇଦା ହାସଲ କରିଛନ୍ତି । ସେନସେକ୍ସରେ ୦.୩୪ ପ୍ରତିଶତର ହ୍ରାସ ଘଟିଥିବା ବେଳେ ନିଫ୍ଟୀରେ ୦.୨୬ ପ୍ରତିଶତର ହ୍ରାସ ଘଟିଛି ।