ବଜାରରେ ମିଳୁଛି ଅପମିଶ୍ରିତ ମହୁ, ୧୭ଟି ବ୍ରାଣ୍ଡ ମିଶାଉଛନ୍ତି ଚିନି

ବଜାରରେ ମିଳୁଛି ଅପମିଶ୍ରିତ ମହୁ, ୧୭ଟି ବ୍ରାଣ୍ଡ ମିଶାଉଛନ୍ତି ଚିନି

ବଜାରରେ ମିଳୁଛି ଅପମିଶ୍ରିତ ମହୁ, ୧୭ଟି ବ୍ରାଣ୍ଡ ମିଶାଉଛନ୍ତି ଚିନି
ନୂଆଦିଲ୍ଲୀ : ମେଦବହୁଳତା ଏକ ସମସ୍ୟା ପାଲଟିଥିବା ବେଳେ ଅନେକ ଲୋକ ଚିନି ବଦଳରେ ମହୁକୁ ବିକଳ୍ପ ଭାବରେ ବ୍ୟବହାର କରିଥାନ୍ତି । ତେବେ ସଏସଇ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ବଜାରରେ ମିଳୁଥିବା ମହୁ ବ୍ରାଣ୍ଡ ମଧ୍ୟରୁ ସର୍ବାଧିକ କମ୍ପାନୀ ନିଜ ମହୁରେ ଚିନି ମିଶାଉଛନ୍ତି । ୧୩ଟି ଛୋଟ ବଡ ବ୍ରାଣ୍ଡର ମହୁକୁ ନେଇ ପରୀକ୍ଷଣ କରାଯାଇ ଏହି ତଥ୍ୟ ପ୍ରକାଶ କରାଯାଇଛି । ସମୁଦାୟ ୨୨ଟି ନମୂନାର ପରୀକ୍ଷଣ କରାଯାଇଥିବା ବେଳେ ତନ୍ମଧ୍ୟରୁ ୫ଟି କମ୍ପାନୀ ଶୁଦ୍ଧ ମହୁ ଦେଉଥିବା ଜଣା ପଡିଥିଲା । ସଂଗୃହୀତ ମହୁ ମଧ୍ୟରୁ ୭୭ ପ୍ରତିଶତ ମହୁରେ ଅଶୁଦ୍ଧ ଉପାଦାନ ରହିଥିବା ଜଣାପଡିଛି । ପରୀକ୍ଷା ପରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ଏକାଧିକ ନାମୀଦାମୀ କମ୍ପାନୀର ମହୁରେ ଚିନି ମିଶୁଥିବା ଜଣାପଡିଛି । ଡାବର, ପତଞ୍ଜଳି, ବୈଦ୍ୟନାଥ, ଝଣ୍ଡୁ, ହିତକାରୀ ଏବଂ ହିମାଳୟ ପରି କମ୍ପାନୀ ଗୁଡିକର ମହୁରେ ଚିନି ମିଶୁ୍ଥିବା ନେଇ ଖବର ପ୍ରକାଶ ପାଇଛି । ଏହି କମ୍ପାନୀ ଗୁଡିକ ନ୍ୟୁକ୍ଲିୟର ମ୍ୟାଗ୍ନେଟିକ ରିଜୋନାନ୍ସ ପରୀକ୍ଷାରେ ଫେଲ ହୋଇ ଯାଇଥିଲେ । ତେବେ ଡାବର ଏବଂ ପତଞ୍ଜଳି କମ୍ପାନୀର ପରୀକ୍ଷଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କମ୍ପାନୀର ଛବିକୁ ମଳିନ କରିବା ପାଇଁ ଏପରି ପ୍ରୟାସ କରାଯାଉଛି ବୋଲି ଉଭୟ କମ୍ପାନୀ ପାଲଟା ଅଭିଯୋଗ କରିଛନ୍ତି । ଭାରତରେ ପ୍ରାକୃତିକ ଭାବରେ ମିଳୁଥିବା ମହୁକୁ ସଂଗ୍ରହ କରି ଉଭୟ କମ୍ପାନୀ ବିକ୍ରି କରୁଛନ୍ତି ବୋଲି ମତ ଦେଇଛନ୍ତି ।