ଉମରକୋଟ ଥାନା ଅତିରିକ୍ତ ଅଧିକାରୀ ନିଲମ୍ବିତ
ଉମରକୋଟ ଥାନା ଅତିରିକ୍ତ ଅଧିକାରୀ ନିଲମ୍ବିତ
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅତିରିକ୍ତ ଅଧିକାରୀ ଲିମରାଜ ପ୍ରଧାନଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ଗତ ଜୁଲାଇ ୧୦ ତାରିଖରେ ସେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
ସୂଚନାଯୋଗ୍ୟ ଯେ , ଗୋଟିଏ ପୁରୁଣା କେସକୁ କୋହଳ କରିବାକୁ ଉମରକୋଟ ଥାନା ଅତିରିକ୍ତ ଅଧିକାରୀ ଲିମରାଜ ପ୍ରଧାନ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ହେଲେ ଲିମରାଜ ଭିଜିଲାନ୍ସକୁ ଚକମା ଦେଇ ଦୌଡ଼ିଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମାଲକାନାଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।ଲିମରାଜ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। ଏହି ଚଢାଉରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣିଆ ଏକ ଟିମ୍ ସାମିଲ ରହିଥିଲେ ।




admin 