ଉତ୍ତରାଖଣ୍ଡ, ଗୋଆ, ଉତ୍ତରପ୍ରଦେଶ ଦ୍ବିତୀୟ ପର୍ୟ୍ୟାୟ ମତଦାନ

ଉତ୍ତରାଖଣ୍ଡ, ଗୋଆ, ଉତ୍ତରପ୍ରଦେଶ ଦ୍ବିତୀୟ ପର୍ୟ୍ୟାୟ ମତଦାନ

ଉତ୍ତରାଖଣ୍ଡ, ଗୋଆ, ଉତ୍ତରପ୍ରଦେଶ ଦ୍ବିତୀୟ ପର୍ୟ୍ୟାୟ ମତଦାନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ, ଗୋଆରେ ଏବଂ ଉତ୍ତରପ୍ରଦେଶରେ ଦ୍ବିତୀୟ  ପର୍ୟ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି। ଉତ୍ତରାଖଣ୍ଡରେ ୭୦, ଗୋଆରେ ୪୦ ଏବଂ ଉତ୍ତରପ୍ରଦେଶରେ ୫୫ଟି ଆସନରେ ମତଦାନ ହେଉଛି। 

ଏଥିପାଇଁ ଶେଷ ଦିନରେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିଲା। ଶନିବାର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ କେନ୍ଦ୍ରୀୟ ନେତୃତ୍ବ ମାନେ ପ୍ରଚାର ଜୋରଦାର କରିଥିଲେ।

ଉତ୍ତରାଖଣ୍ଡର ରୁଦ୍ରପୁରରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ମୋଦି ପୁଷ୍କର ସିଂହ ଧାମି ସରକାର ପାଇଁ ଭୋଟ ଅପିଲ କରିଥିଲେ। ସେହିପରି ଅମିତ ଶାହା ସାହସପୁରରେ ବିଶାଳ ରାଲିକୁ ସମ୍ବୋଧିତ ଭୋଟ ମାଗିବା ସହିତ କଗ୍ରେସକୁ ଟାର୍ଗେଟ କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉତ୍ତରାଖଣ୍ଡରେ ନିର୍ବାଚନୀ ରାଲି କରିଛନ୍ତି। ସେହିପରି ପ୍ରଚାର ଶେଷ ଦିନରେ ଗୋଆରେ ବିଜେପି ପକ୍ଷରୁ ପ୍ରଚାର ଅନୁଷ୍ଠିତ ହୋଇଛି।  

ରାଜ୍ୟରେ ପୁଣି ବିଜେପିର ଡବଲ ଇଂଜିନ୍ ସରକାର କ୍ଷମତାକୁ ଆସିବ ଏବଂ ଭୋଟର ପୁଣି ବିଜେପିକୁ ବହୁ ସଂଖ୍ୟାରେ ଭୋଟ ଦେବେ ବୋଲି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ଆଶା ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶରେ ମଧ୍ୟ ଆସନ୍ତାକଲି ୫୫ଟି ଆସନରେ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରଚାର ଶେଷ ହୋଇଥିବା ଦେଖିବାକୁ ମିଳିଛି।