ଇସ୍ତଫା ଦେଲେ ମାଲିର ରାଷ୍ଟ୍ରପତି

ଇସ୍ତଫା ଦେଲେ ମାଲିର ରାଷ୍ଟ୍ରପତି

ଇସ୍ତଫା ଦେଲେ ମାଲିର ରାଷ୍ଟ୍ରପତି
ବାମାକୋ : ମାଲିର ରାଷ୍ଟ୍ରପତି ଇବ୍ରାହିମ୍ ବୋବୁକାର କେଇଟା ନାଟକୀୟ ପରସ୍ଥିତିରେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ସେନା ପକ୍ଷରୁ କ୍ଷମତା ଅକ୍ତିଆର କରାଯିବା ପରେ ରାଷ୍ଟ୍ରପତି ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେନାବାହିନୀ ପକ୍ଷରୁ କେଇଟାଙ୍କୁ ଗୃହବନ୍ଦୀ କରାଯିବା ପରେ ସେ ଏହି ଘୋଷଣା କରିଥିଲେ । ଜାତୀୟ ଟିଭି ଚ୍ୟାନେଲ ଓଆରଟିଏମ୍ ଜରିଆରେ ସେ ପଦତ୍ୟାଗ କରୁଥିବା ନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ କେଇଟା । କ୍ଷମତାରେ ରହିବା ପାଇଁ ସେ ଦେଶରେ ରକ୍ତପାତ ଦେଖିବାକୁ ଚାହାନ୍ତି ନାହିଁ ବୋଲି କେଇଟା ଘୋଷଣା କରି ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ ।