ଇସ୍ତଫା ଦେବା ପରେ ଶରତଙ୍କ ମନେ ପଡିଲା
ଇସ୍ତଫା ଦେବା ପରେ
ଅଲୋଡ଼ା ନେତାଙ୍କୁ ଲୋଡିଲେ ଶରତ
ଭୁବନେଶ୍ୱର : ଚବିଶ ନିର୍ବାଚନରେ କାହାକୁ ପଚାରିଲେନି ଏମିତି କି କେଉଁଝର ଜିଲ୍ଲା ରେ ନା ନିରଞ୍ଜନ ପଟ୍ଟନାୟକ ନା ଜୟଦେବ ଜେନା ବା ପୁରୀ ଜ଼ିଲ୍ଲା ରେ ପ୍ରସାଦ ହରିଚନ୍ଦନଙ୍କୁ ପଚାରିଲେ ମନଇଚ୍ଛା ନିଷ୍ପତ୍ତି ନେଲେ । ଯିଏ ମାଲ୍ ଦେଲେ ତାଙ୍କୁ ଟିକେଟ ମିଳିଲା । ଟିକେଟ ପାଇବା ପରେ ପ୍ରଚାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ନେତାଙ୍କ ଟିକେଟ ବି ରାତି ଅଧିଆ କାଟି ଦିଆଗଲା । କାହାକୁ ଖାତିର କଲେନି । ଓଡିଶା ପ୍ରଭାରୀ ଅଜୟ କୁମାରଙ୍କୁ ଧରି ମନମାନି କଲେ । ଯାହାର ଫଳ ଆଜି କଂଗ୍ରେସକୁ ମିଳିଲା । ଶରତଙ୍କ ନେତୃତ୍ୱରେ ଚରମ ବିପର୍ଯ୍ୟୟର ସାମ୍ନା କରିଛି କଂଗ୍ରେସ ।

ଏବେ କିନ୍ତୁ ପିସିସି ପଦରୁ ଇସ୍ତଫା ଦେବା ପରେ ମଧ୍ୟ ଲୋଭ ଛାଡି ନ ପରି ଶରତ ଏକତାର ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି । ଏହି ପୂର୍ବତନ ସଭାପତି ମାନେ ମଧ୍ୟ ନିଜ ନିଜ ଅପମାନ ଭୁଲି ଶରତଙ୍କ ହାତ ମୁଠାକୁ ଟାଣ କରିବା କୁ ଅଣ୍ଟା ଭିଡିଛନ୍ତି ଯାହାକୁ ନେଇ କଂଗ୍ରେସ ଅଳିନ୍ଦରେ ବେଶ ରୋଚକ ଚର୍ଚ୍ଚା ହେଉଛି ।
ପୂର୍ବରୁ ଶରତ ଯେଉଁ ସାମ୍ବାଦିକ ସମ୍ମିଳନୀ ଡାକୁଥିଲେ, ସେଥିରେ କେବଳ ନିଜ ନାଁ ଉଲ୍ଳେଖ କରି ପ୍ରେସ ରିଲିଜ ଜାରି କରୁଥିଲେ । ତେବେ ଆଜି ସେ ପ୍ରେସମିଟ୍ କରିବାକୁ ଯାଉଛନ୍ତି । ଯେଉଁ ପ୍ରେସ ମିଟ୍ରେ ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ ଉପସ୍ଥିତ ରହିବେ ବୋଲି ଉଲେଖ ଅଛି । ଏତେଦିନେ ନିରଞ୍ଜନ ଓ ଜୟଦେବଙ୍କୁ ଶରତ ଲୋଡ଼ିଥିବାବେଳେ ବିଜୟ ପଟନାୟକ ଓ ଭକ୍ତ ଦାସଙ୍କ ନାଁ ଭୁଲି ଯାଇଛନ୍ତି ||
ଶରତ ଭାବୁଛନ୍ତି ଏମିତି ସବୁ ବରିଷ୍ଟ ନେତା ଙ୍କୁ ଆଗକୁ କରି ଚବିଶ ନିର୍ବାଚନର ପାପ ଧୋଇବେ ବୋଲି ଏ ଚେଷ୍ଟା ଚଲାଇ ଥିବା ଟୁପୁରଟାପୁର ଚାଲିଛି ।




admin 