ଇରାନରେ ବିମାନ ଦୁର୍ଘଟଣା, ୧୭୦ ମୃତ

ଇରାନରେ ବିମାନ ଦୁର୍ଘଟଣା, ୧୭୦ ମୃତ

ଇରାନରେ ବିମାନ ଦୁର୍ଘଟଣା, ୧୭୦ ମୃତ
ତେହେରାନ - ଆମେରିକା ଏବଂ ଇରାନ ଭିତରେ ଚାଲିଥିବା ବେଳେ ଆଜି ଇରାନର ରାଜଧାନୀ ତିକ୍ତତା ସମୟରେ ଇରାନର ରାଜଧାନୀ ତେହେରାନ ସ୍ଥିତ ଇମାମ୍ ଖୁମେନୀ ବିମାନ ଆଡ୍ଡାରେ ବଡ଼ ବିମାନ ଦୁର୍ଘଟଣା ଘଟିଯାଇଛି । ଏହି ବିମାନ ୟୁକ୍ରେନର ଥିଲା ବୋଲି ସୂଚନାରୁ ଜଣାପଡିଛି । ବିମାନରେ ୧୮୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ଯାନ୍ତ୍ରିକ ତ୍ରୁଟିରୁ ବିମାନ ଦୁର୍ଘଟଣାଗ୍ରସ୍ତ ସୂଚନା ମିଳିଥିବା ବେଳେ ଉଡାଣ ଆରମ୍ଭରୁ ୟୁକ୍ରେନ୍ ବିମାନ ବୋଇଂ-୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତାହତଙ୍କ ସୁଚନା ଏପର୍ୟ୍ୟନ୍ତ ମିଳିପାରିନାହିଁ । ବର୍ତ୍ତମାନ ଘଟଣାସ୍ଥଳରୁ ଉଦ୍ଧାରକାର୍ୟ୍ୟ ଆରମ୍ଭ ହୋଇଯାଇଛି । ଇରାନ୍ ସରକାରୀ ନ୍ୟୁଜ୍ ଏଜେନ୍ସୀ ଆଇଏସଏନଏ କହିଛି ଯେ ବୋଇଂ ୭୩୭ ଜେଟ୍ ଯାନ୍ତ୍ରିକ ତ୍ରୁଟି କାରଣରୁ ଟେକ୍ ଅଫ୍ କରିବାର କିଛି ସମୟ ପରେ ଇରାନରେ ଦୁର୍ଘଟଣାଗ୍ରସ୍ତ ହେଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା ୧୭୦ ଜଣ ଲୋକ ପ୍ରାଣ ହରାଇଥିବା ଇରାନର ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି।