ଇଣ୍ଟିଗ୍ରଟେଡ୍ ଲ’ ପରୀକ୍ଷା ଦେବେ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ
ଇଣ୍ଟିଗ୍ରଟେଡ୍ ଲ’ ପରୀକ୍ଷା ଦେବେ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଏବେ ନୂଆ କଥା ସାମ୍ନାକୁ ଆସିଛି । ସେ ଇଣ୍ଟିଗ୍ରଟେଡ୍ ଲ’ ପରୀକ୍ଷା ଦେବେ । ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ପାଇଁ ଅନୁମତି ମିଳିଥିବା ବେଳେ ଜେଲ ମାନୁଆଲ ଅନୁସାରେ ପରୀକ୍ଷା ପାଇଁ ମିଳିପାରେ ଅନୁମତି । ଏନେଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅର୍ଚ୍ଚନାଙ୍କ ଓକିଲ । ଅର୍ଚ୍ଚନା କ୍ୟାପିଟାଲ ଲ’କଲେଜରେ ଇଣ୍ଟିଗ୍ରେଟେଡ ଲ’କରୁଥିଲେ ଗତ କିଛି ଦିନ ତଳେ ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ପାଇଁ ଅନୁମତି ମାଗିଥିଲେ ।
ଅନ୍ୟପକ୍ଷରେ ଡିଜିଟାଲ ଏଭିଡେନ୍ସ ରିପୋର୍ଟର ଷ୍ଟାଟସ କ’ଣ, ସେନେଇ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଫୋରେନସିକ ଲାବକୁ ରିପୋର୍ଟ ମାଗିଛନ୍ତି । ଯେହେତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେଣ୍ଟ୍ରାଲ ଫୋରେନସିକ ଲାବକୁ ଏଭିଡେନ୍ସ ପଠାଇବାକୁ ଆବେଦନ କରିଥିଲେ, ତା’ ପୂର୍ବରୁ କୋର୍ଟ ଷ୍ଟାଟସ୍ ରିପୋର୍ଟ ମାଗିଥିବା ଜଣାପଡିଛି ।
ଅର୍ଚ୍ଚନା ନାଗ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଜବତ କରିଥିବା ଡିଜିଟାଲ ଏଭିଡେନସ୍ ଫୋରେନସିକ ଲାବ୍କୁ ରିକଭରି ପାଇଁ ପଠାଇଥିଲା । ପରେ ଫୋରେନସିକ ଲାବ୍ ୨ଟି ପର୍ଯ୍ୟାୟରେ ଇଡିକୁ ରିପୋର୍ଟ ଦେଇଥିଲା । ତେବେ ଇଡି ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲା । ସେମାନେ ଖୋଜୁଥିବା ଦିଗଗୁଡିକର ତଥ୍ୟ କାଢିବାରେ ଫୋରେନସିକ ଲାବ୍ ଅସଫଳ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ କରିଥିଲା ଇଡି ।




admin 