ଇଟା ଭାଟିରେ ବିସ୍ଫୋରଣ, ୮ ମୃତ

ଇଟା ଭାଟିରେ ବିସ୍ଫୋରଣ, ୮ ମୃତ

ଇଟା ଭାଟିରେ ବିସ୍ଫୋରଣ, ୮ ମୃତ

ପାଟନା: ଆଜି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ଇଟା ଭାଟିରେ ହଠାତ୍‌ ଭୟଙ୍କର ବିସ୍ଫୋରଣ ଘଟଛି । ଇଟା ଭାଟିର ଚିମନିରେ ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି ।୧୨ରୁ ଅଧିକ ଲୋକ ବିସ୍ଫୋରଣ ପରେ ଇଟା ଭାଟି ତଳେ ଦବି ରହିଥିବା କୁହାଯାଉଛି । ବିହାରର ମୋତିହାରୀରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ ବିିହାର ମୋତିହାରୀର ରାମଗଡବା ନରିଲଗିରି ଇଟା ଭାଟିରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ଇଟା ଭାଟି ଭିତରେ କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ୍‌ ଚିମନି ଫାଟି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ପୁଲିସ ଓ ଅଧିକାରୀଙ୍କ ଏକ ଟିମ୍‌ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ତେବେ କାହିଁକି ହଠାତ୍‌ ଏଭଳି ବିସ୍ଫୋରଣ ଘଟିଲା, ତାହାର କାରଣ ସ୍ପଷ୍ଟ ଜଣାପଡିନାହିଁ ।