ମନ କିଣୁଛି କାଶ୍କୀରୀ ହାତ ବ୍ୟାଗ
ମନ କିଣୁଛି କାଶ୍କୀରୀ ହାତ ବ୍ୟାଗ
ଦାମୀ ଚମଡ଼ା ବ୍ୟାଗ ଧରିବାକୁ ଏବେ ଫେସନ୍ରୁ ବାଦ ପଡ଼ିଯାଇଛି । ସିନେ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା ଶିଳ୍ପଦ୍ୟୋଗୀ ପର୍ଯ୍ୟନ୍ତ ସମସ୍ତେ କାରୁକାର୍ଯ୍ୟର ବ୍ୟାଗ୍ ଧରିବାକୁ ପସନ୍ଦ କରୁଛନ୍ତି । ଏହି ତାଲିକାରେ କାଶ୍କୀରୀ ହାତ ବ୍ୟାଗ ଶୀର୍ଷରେ ଅଛି । କାଶ୍ମୀରରେ ତିଆରି ହେଉଥିବା ବ୍ୟାଗ୍ ମଖମଲ କପଡ଼ାରେ ବରାଦ୍ ଦେଇ ତିଆରି କରାଯାଏ । ଅନେକ ବର୍ଷ ତଳେ ସେଠି ରହୁଥିବା ଧନୀ ଘରର ମହିଳାମାନେ ମଖମଲ କାରୁକାର୍ଯ୍ୟ ବ୍ୟାଗକୁ ବିବାହ ଉତ୍ସବରେ ଧରି ଯାଉଥିଲେ ।
ସମୟକ୍ରମେ ଏହି ବ୍ୟାଗ୍ ଏବେ କାଶ୍ମୀରରେ ଅନ୍ୟମାନେ ବ୍ୟବହାର କରୁଛନ୍ତି । ଅବଶ୍ୟ କପଡ଼ା ଓ କାରୁକାର୍ଯ୍ୟରେ ଫରକ୍ ରହୁଛି । ଦାମୀ ମଖମଲରେ ସୁନା ରୁପାର ଛୋଟଛୋଟ ମୁଦ୍ରା ସିଲେଇ ହୋଇଥାଏ, ଯାହାସବୁଠୁ ମୁଖ୍ୟ ଆକର୍ଷଣ । ଏହି ବ୍ୟାଗ ସହ ହାଇଦ୍ରାବାଦରେ ମିଳୁଥିବା କାରୁକାର୍ଯ୍ୟ ବ୍ୟାଗ୍ ମଧ୍ୟ ଅଧିକାଂଶ ବ୍ୟବହାର କରୁଥିବା ଦେଖାଯାଇଛି । ନକଲି ଦର୍ପଣ ଲାଗିଥିବା ଏହି ବ୍ୟାଗରେ ମୋତି କାମ ବି ହୋଇଥାଏ । ଏହି ବ୍ୟାଗ ଗୁଡ଼ିକ ଭାରି ଓଜନିଆ । ଏଭଳି ପାରମ୍ପରିକ ଡିଜାଇନ୍ ହୋଇଥିବା ବ୍ୟାଗ୍ ଅନ-ଲାଇନ୍ରେ ଓ ବଜାରରେ ମିଳୁଛି ।




admin 