ଇଜିପ୍ଟ ଓ ତୁର୍କୀରୁ ଆସିବ ପିଆଜ

ଇଜିପ୍ଟ ଓ ତୁର୍କୀରୁ ଆସିବ ପିଆଜ

ଇଜିପ୍ଟ ଓ ତୁର୍କୀରୁ ଆସିବ ପିଆଜ
ନୂଆଦିଲ୍ଲୀ : ବର୍ଷରେ ଦ୍ୱିତୀୟ ଥର ପାଇଁ ପୁନର୍ବାର ବଢ଼ିବାରେ ଲାଗିଛି ପିଆଜ ଦର । ମୁଖ୍ୟ ଉପôାଦନକାରୀ ରାଜ୍ୟ ମହାରାଷ୍ଟ୍ରର ନାସିକ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଚଳିତ ଥର ପିଆଜ ଫସଲ ଧୋଇ ହୋଇଯାଇଛି । ଏହାଛଡ଼ା ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ପିଆଜ ଦର ଉଚ୍ଚା ରହିଥିବାରୁ ଦେଶକୁ ଏବେ ଏହାର ଆମଦାନୀ ସମ୍ଭାବନା କମ । ଏଭଳି ସ୍ଥଳେ ରାଜ୍ୟରେ ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି । ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆମଦାନୀ ଜରିଆରେ ଘରୋଇ ବଜାରରେ ପିଆଜ ଉପଲବ୍ଧତା ବଢ଼ାଇବା ଉପରେ ସମୀକ୍ଷା କରାଯାଇଥିଲା । ବୈଠକରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଉପସ୍ଥିତ ଥିଲେ । ତେବେ ସ୍ୱାସ୍ଥ୍ୟଗତ କାରଣରୁ ବୈଠକରେ କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ଉପସ୍ଥିତ ନ ଥିଲେ । ଶ୍ରୀ ଶାହା ଗତ ବୈଠକରେ ବିଦେଶରୁ ଆମଦାନୀ ନେଇ ରହିଥିବା ପ୍ରସ୍ତାବ ଉପରେ ଜୋର ଦେଇଥିଲେ । ଏମଏମଟିସି ଜରିଆରେ ସରକାର ଇଜିପ୍ଟ ଏବଂ ତୁର୍କୀରୁ ୨୧,୦୦୦ ଟନ ପିଆଜ ଆମଦାନୀ କରିବାକୁ କଣ୍ଟ୍ରାକ୍ଟ ଦେଇଥିବା ସଚିବ ସୂଚନା ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଚିବ ରାଜୀବ ଗୋବା, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପି.କେ ସିହ୍ନା ଏବଂ ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ ।