ଇଂଲିଶ ଚ୍ୟାନେଲ୍‌ରେ ବୁଡ଼ିଲା ବୋଟ୍‌, ୩୧ ମୃତ

ଇଂଲିଶ ଚ୍ୟାନେଲ୍‌ରେ ବୁଡ଼ିଲା ବୋଟ୍‌, ୩୧ ମୃତ

ଇଂଲିଶ ଚ୍ୟାନେଲ୍‌ରେ ବୁଡ଼ିଲା ବୋଟ୍‌, ୩୧ ମୃତ

ଇଂଲଣ୍ଡ: ଇଂଲିଶ ଚ୍ୟାନେଲରେ ବୋଟ୍‌ ବୁଡ଼ି ୩୧ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପ୍ରବାସୀଙ୍କୁ  ନେଇ ଯାଉଥିବା ବୋଟ୍ ବୁଧବାର ଫ୍ରାନ୍ସରୁ ଇଂଲଣ୍ଡ ଯାଉଥିଲା। ଇଂରାଜୀ ଚ୍ୟାନେଲ ପାର ହେବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଛି।

ଫ୍ରାନ୍ସ ଗୃହ ମନ୍ତ୍ରୀ ଗେରାଲ୍ଡ ଡାର୍ମିନିନ୍ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଡଙ୍ଗାରେ ମୋଟ ୩୪ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୩୧ଟି ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଦୁଇ ଜଣ ଜୀବିତ ଥିବା ଜଣାପଡିଛି। ଏଥିସହ ଜଣେ ବ୍ୟକ୍ତି ଏବେବି ନିଖୋଜ ଅଛନ୍ତି। ତେବେ ମୃତକମାନେ କେଉଁ ଦେଶର ସେ ନେଇ କିଛି ସୂଚନା ମିଳିନାହିଁ।

ଫ୍ରାନ୍ସ ଏବଂ ବ୍ରିଟେନ୍ର ଉଦ୍ଧାରକାରୀ ଦଳ ମିଳିତ ଭାବେ  ନିଖୋଜ ବ୍ୟକ୍ତିଙ୍କ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ଏହି ଘଟଣାରେ ୪ ଜଣ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପରେ ୨ ଜଣ ସନ୍ଦିଗ୍ଧଙ୍କୁ କୋର୍ଟରେ ହାଜର କରାଯାଇଥିଲା ବୋଲି ଫ୍ରାନ୍ସର ଗୃହ ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏକ ଜରୁରୀ ବୈଠକ ଡାକିଛନ୍ତି। ଏଥିସହିତ ଆହତମାନଙ୍କୁ ଫ୍ରାନ୍ସର ଗୃହ ମନ୍ତ୍ରୀ ହସ୍ପିଟାଲ ଯାଇ ଭେଟିଛନ୍ତି।

ଦୀର୍ଘ ଦିନ ଧରି କ୍ରସିଂ ବନ୍ଦ କରିବାକୁ ଉଭୟ ସରକାର ପଦକ୍ଷେପ ନେଉଛନ୍ତି, ଯଦିଓ ଉଭୟ ଦେଶ ପରସ୍ପରକୁ ଯଥେଷ୍ଟ କାର୍ୟ୍ୟ କରୁନଥିବା ନେଇ ଅଭିଯୋଗ କରୁଛନ୍ତି। ଏହି ଦୁର୍ଘଟଣାରେ ସେ ଆଶ୍ଚର୍ୟ୍ୟ ଓ ସ୍ତବ୍ଧ  ହୋଇଯାଇଛନ୍ତି ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କହିଛନ୍ତି।