ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ!

ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ!

ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ!
ଗୌହାଟୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଆସାମରେ ବିଜେପି ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ତରୁଣ ଗୋଗୋଇ ରବିବାର ଏକ ଆକଳନ କରିଛନ୍ତି । ରାଜ୍ୟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଗଣମାଧ୍ୟମ ସହ କଥା ହେବା ବେଳେ କଂଗ୍ରେସ ନେତା ଗୋଗୋଇ କହିଛନ୍ତି ଜଷ୍ଟିସ ଗୋଗୋଇ ଯଦି ରାଜ୍ୟସଭା ସଦସ୍ୟ ହୋଇପାରୁଛନ୍ତି, ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାରେ କିଛି ଅସମ୍ଭବ ନାହିଁ । ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ସହମତି ପ୍ରକାଶ କରିପାରନ୍ତି । ବିଜେପି ତାଙ୍କୁ ଏହି ପଦରେ ପ୍ରାର୍ଥୀ କରିପାରେ । ସେ ଆହୁରି କହିଛନ୍ତି, ଅଯୋଧ୍ୟା ରାମ ମନ୍ଦିର ମାମଲାରେ ଆସିଥିବା ରାୟକୁ ନେଇ ବିଜେପି ରଞ୍ଜନ ଗୋଗୋଇଙ୍କ ଉପରେ ଖୁସି ଥିଲା । ଏମିତିରେ ରାଜ୍ୟସଭା ଯିବାକୁ ରାଜି ହୋଇ ଜଷ୍ଟିସ ଗୋଗୋଇ ଧୀରେ ଧୀରେ ରାଜନୀତି ପ୍ରବେଶ କରିଛନ୍ତି । ସେ ଚାହିଁଥିଲେ ରାଜ୍ୟସଭା ଯିବାକୁ ମନା କରି ଦେଇଥାନ୍ତେ । କିନ୍ତୁ ତାହା ସେ କଲେ ନାହିଁ । ସେ ଚାହିଁଥିଲେ, ଆରାମରେ ମାନବାଧିକାର କମିଶନ ଅଥବା ଅନ୍ୟ ଅଧିକାର ସଂଗଠନର ଅଧ୍ୟକ୍ଷ ହୋଇପାରିଥାନ୍ତେ । ରାଜନୀତିକୁ ନେଇ ତାଙ୍କର ଆକାଂକ୍ଷା ରହିଥିବାରୁ ସେ ରାଜ୍ୟସଭା ସଦସ୍ୟ ହୋଇଛନ୍ତି । କଂଗ୍ରେସ ନେତା ଗୋଗୋଇ ଆହୁରି କହିଛନ୍ତି, ମୁଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବି ନାହିଁ । ବରଂ ଜଣେ ପରାମର୍ଶଦାତା ଭାବେ କାମ କରିବାକୁ ଅଧିକ ପସନ୍ଦ କରିବି । କଂଗ୍ରେସରେ ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି । ସେମାନେ ଦାୟିତ୍ୱ ସମ୍ଭାଳି ପାରିବେ । ତେବେ କଂଗ୍ରେସର ଅନେକ ବରିଷ୍ଠ ନେତା ମେଣ୍ଟ ଗଠନ ଉଦ୍ୟମକୁ ବିରୋଧ କରୁଥିବା ସେ କହିଛନ୍ତି ।